କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ, ସାଇବର ସୁରକ୍ଷା ରଥ ବାହୁଡିଲା


କେନ୍ଦ୍ରାପଡା ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ସାରି ସାଇବର ସୁରକ୍ଷା ରଥ ଭୁବନେଶ୍ୱରକୁ ଆଜି ବାହୁଡି ଯାଇଛି । ଏହି ଉପଲକ୍ଷେ ପୋଲିସ ରିଜର୍ଭ ପଡିଆରେ ଆରକ୍ଷୀ ଅଧିକ୍ଷକ ମଡ଼କର ସମ୍ବିତ ସମ୍ପଦଙ୍କ ଅଧ୍ୟକ୍ଷତାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର କହିଥିଲେ ଯେ ସାଇବର ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଓ ବ୍ଲକ ଅଞ୍ଚଳରେ ବୁଲି ଲୋକମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଇଛି । ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ବୟଷ୍କବ୍ୟକ୍ତି ଓ ସ୍ୱେଛାସେବୀମାନେ ସାମିଲ ହୋଇଥିଲେ । ଆଜି ଜିଲ୍ଲାରୁ ସାଇବର ସୁରକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରୁଛି ।

ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ କହିଥିଲେ ଯେ ସାଇବର ସୁରକ୍ଷା ରଥ କେନ୍ଦ୍ରାପଡା ଜିଲ୍ଲାରେ ସଫଳତାର ସହ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ସାରା ଜିଲ୍ଲାରେ ସୃଷ୍ଟି କରିବା ସହ ସାଇବର ଠକମାନଙ୍କ ସମ୍ପର୍କରେ ଜନସାଧାରଣଙ୍କୁ ସମ୍ପୁର୍ଣ୍ଣ ତଥ୍ୟ ସମ୍ବଳିତ ଉଦାହରଣ ମାଧ୍ୟମରେ ଅବଗତ କରାଇଥିଲା । ଏହାର ମୁଖ୍ୟ ଉଦେଶ୍ୟ ଥିଲା ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଶିକ୍ଷା ପ୍ରଦାନ କରିବା । ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଡିଏସପି ଶ୍ରୀ ସାମନ୍ତରାୟ ସମସ୍ତଙ୍କୁ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ସେପ୍ଟେମ୍ବର ୩୦ତାରିଖରେ ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆରମ୍ଭ ହୋଇଯାଇଥିବା ବେଳେ ଅକ୍ଟୋବର ୨ତାରିଖରେ ସାଇବର ସୁରକ୍ଷା ରଥ କେନ୍ଦ୍ରାପଡାରେ ପହଞ୍ଚିବା ପରେ ସହରର ତିନିମୁହାଣି ଛକରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ପଥପ୍ରାନ୍ତ ସଭାରେ ସାଇବର ସୁରକ୍ଷା ରଥ ଓ ମାସ୍କଟକୁ ସ୍ୱାଗତ କରାଯିବା ସହ ଜିଲ୍ଲା ପରିକ୍ରମା ପାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଡିଏସପି ଲକ୍ଷ୍ମୀନାରାୟଣ ତିୱାରୀ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ସମେତ କେନ୍ଦ୍ରାପଡା ସଦର, ନିକିରାଇ, ଡେରାବିଶ ଓ ପଟ୍ଟାମୁଣ୍ଡାଇ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ ।


Next Post

ସଦର ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ବାଣ ଜବତ ୨ଗିରଫ

Sun Oct 15 , 2023
କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ବଗଡା ଗ୍ରାମପଞ୍ଚାୟତର କଚେରିପଡା, ତିଳୋତମାଦେଇପୁର ଓ ଗରାପୁର ପ୍ରଭୃତି ୭ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର […]

KANIKA