କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ବଗଡା ଗ୍ରାମପଞ୍ଚାୟତର କଚେରିପଡା, ତିଳୋତମାଦେଇପୁର ଓ ଗରାପୁର ପ୍ରଭୃତି ୭ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ଏଥିସହିତ ସଦର ଥାନା ଅନ୍ତର୍ଗତ କଚେରିପଡା ଗ୍ରାମର ମନ୍ମଥ ଓରଫ ମିଟୁଆ ଓରଫ କ୍ଷୀରୋଦ ନାୟକ ଏବଂ ତିଳୋତମାଦେଇପୁର ଗ୍ରାମର ବିଜୟ କୁମାର ପାଣିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନାମରେ ଯଥାକ୍ରମେ ୭୫୦/୨୦୨୩ ଓ ୭୫୧/୨୦୨୩ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୯(ଖ)(ଆଇ)(ଆର ଡବ୍ଲୁ) ଏକ୍ସପ୍ଲୋଜନ ଆକ୍ଟ ଏବଂ ୫ ଓଡିଶା ଫାୟାର କ୍ରାକର ଆଣ୍ଡ ଲାଉଡ ସ୍ପିକର ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହିତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।
kanikanews.in
Next Post
କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର କର୍ମକର୍ତ୍ତାଙ୍କ ନାମ ଘୋଷଣା
Sun Oct 15 , 2023
କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ବୈଠକ ସ୍ଥାନୀୟ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଓ ପଦବୀ ରାଜ୍ୟ ସଙ୍ଘର ଅନୁମୋଦନ ପ୍ରାପ୍ତ ପତ୍ରାଙ୍କ ୨୦୨୩/୩୧ତା ୧୩.୧୦.୨୦୨୩ରିଖରେ ଅନୁମୋଦିତ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏଥିପାଇଁ […]

You May Like
- 6 months ago
ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ବାର୍ଷିକ ଉତ୍ସବ