ଗରାପୁରରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ



କେନ୍ଦ୍ରାପଡ଼ା, ୫ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ଇଂ ମୂରଲୀଧର ସେଠୀଙ୍କ ଆହ୍ୱାନରେ ଏବଂ ସୁଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି, ପୂର୍ବତନ ପିପି ଭୀମସେନ ଭୂୟାଁ ମୁଖ୍ୟବକ୍ତା, ଆଇନଜୀବୀ ତଥା ଆରଏମସି ଉପାଧ୍ୟକ୍ଷ ବିଜୟ କୁମାର ପରିଡା ଓ ପୂର୍ବତନ ସରପଞ୍ଚ ସରୋଜକାନ୍ତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ଟନାୟକ ଜଣେ ଦୃଢମନା ଓ ଅବିଚଳିତ ବ୍ୟକ୍ତି ଭାବରେ ଏକ ସଶକ୍ତ ଓ ସୁଦୃଢ ଓଡିଶା ଗଠନ ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି କହିଥିଲେ । ତାଙ୍କ ଅବଦାନ ପାଇଁ ସେ ଓଡିଶାବାସୀଙ୍କ ନିକଟରେ ଚିର ସ୍ମରଣୀୟ ହୋଇରହିବେ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ମହାନ୍ତି, ବାବୁରାମ ପ୍ରଧାନ, ଜଗତଜୀବନ ଦାଶ ପ୍ରମୁଖ ବହୁ ବିଜୁପ୍ରେମୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Next Post

‘ଆତ୍ମନିର୍ଭର ଭାରତକୁ ଉର୍ଜା ଦେଉଛି ଓଡ଼ିଶା

Wed Mar 6 , 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏସବୁ ପ୍ରକଳ୍ପ ତୈଳ ଓ ଗ୍ୟାସ୍‌, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହ ଜଡ଼ିତ । ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ଓ […]

KANIKA