ଶିକ୍ଷକନେତା କବି ନାରାୟଣ ପ୍ରସାଦ ରାଉଳଙ୍କ କବିତା ପୁସ୍ତକ ତୁ ଥା କାଳ କାଳ ଚୀର କାଳ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଡ଼ ଗୌରାଙ୍ଗ ରାଉଳଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ କଷଣଅଂଟା ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ କଥାକାର ଡ଼ ରାମ ଚନ୍ଦ୍ର ବେହେରା ମୁଖ୍ୟଅତିଥି, ଡ଼ ଅପର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା,ପ୍ରଫେସର ଅତୁଳ ବଳ ଓ ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗ ଦେଇ କବିତା ପୁସ୍ତକ ତୁ ଥା କାଳ କାଳ ଚୀର କାଳ ଉନ୍ମୋଚନ କରିବା ସହିତ ଆଧୁନିକ ସାହିତ୍ୟର ବିଭିନ୍ନ ବିଭବ ଉପରେ ଆଲୋକପାତ କରିଥିଲେ । କଷଣଅଂଟା ହାଇସ୍କୁଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ସ୍ୱାଗତଭାଷଣ ଓ କବି ବ୍ରଜବନ୍ଧୁ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । କବି ଅଭିରାମ ସାହୁ, କବୟିତ୍ରୀ ଆରାଧନା ଦାଶ, ନବଜ୍ୟୋତି ରାୟ ଓ ରଶ୍ମିତା ସେନାପତି କବିତା ପୁସ୍ତକର କବିତା ଗୁଡିକ ପାଠ କରିଥିଲେ । ଶେଷରେ ବେଲେଶ୍ୱର ସାହିତ୍ୟ ସଂସଦ ସମ୍ପାଦକ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ପ୍ରଫେସର ଅନିରୁଦ୍ଧ ରାଉଳ,ପ୍ରାକ୍ତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ, ଶିକ୍ଷାବିତ ସୁରେଶ ଜେନା,ପ୍ରଫେସର କୈଳାଶ ପାତ୍ର, ଦୁର୍ଯ୍ୟୋଧନ ପରିଡା ଓ ଭରତ ପାତ୍ର, ଡ଼ ନୀଳମଣି ଲେଙ୍କା,ଇଂ ତପନ ପାତ୍ର,କବୟିତ୍ରୀ ଚାରୁଲତା ଭୂୟାଁ, ସରୋଜ ମହାନ୍ତି, କବି ବନମାଳୀ ସେନାପତି ଓ ପ୍ରମୋଦ ମଲ୍ଲିକ,ଶିକ୍ଷାବିତ ପାର୍ଥସାରଥୀ ଦାସ, ପ୍ରଫେସର ଅଞ୍ଜନ ଦାସ,ଆଲୋକ ସାହୁ, ଶୁଚିସ୍ମିତା ବିଶ୍ୱାଳ, ପ୍ରମୋଦ ତ୍ରିପାଠୀ, ସାନିଭା ମିଶ୍ର, ଦେବ ପାତ୍ର ପ୍ରମୁଖ ବହୁ କବି ସାହିତ୍ୟିକ ଯୋଗ ଦେଇଥିଲେ ।