ନବୀନଙ୍କ ଜନ୍ମଦିନରେ ବିଜେଡି ପକ୍ଷରୁ ମନ୍ଦିରରେ ସମୂହ ଦୀପଦାନ



ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇ ପୂଜାର୍ଚନା ଓ ସମୂହ ଦୀପଦାନ କରାଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଶୈବ ପୀଠ ହରପାର୍ବତୀ ମନ୍ଦିରରେ ନବୀନଙ୍କ ଦୀର୍ଘ ଜୀବନ କାମନା କରାଯାଇ ପୂଜାଅର୍ଚନା ଓ ସମୂହ ଦୀପଦାନ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,କାଉନସିଲର ଗୋପୀବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ ଓ ସୁବାଷ ମଲିକ ,ନିରାକାର ସାହୁ ବିଜେଡି ପର୍ଯ୍ୟବେକ୍ଷକ କ୍ଷୀରୋଦ ପ୍ରଧାନ,ନୟନ ଗିରି,ଶିଶିର ମଲିକ,ସରପଞ୍ଚ ପ୍ରିୟବ୍ରତ ଓଝା, ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ, ବିଜୁ ଯୁବବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ,  ସମ୍ପାଦକ ଦିଲ୍ଲୀପ ସାହୁ,ବାରେଣୀ ସେଠୀ ସୁରେନ୍ଦ୍ର ଗିରି, ଶଶିକାନ୍ତ ପଣ୍ଡା,ସୁମନ୍ତ ପାତ୍ର,ଅଭିରାମ କୁଣ୍ଡ ପଦାରବିନ୍ଦ ସାହୁ,ତାପସ ପ୍ରଧାନ, ହରଗୋବିନ୍ଦ ଦାସ, ପିଣ୍ଟୁ ସେଠୀ, ବାପି ସାମଲ,ସଞ୍ଜୟ ଦାସ,ଭରତ ନାୟକ, ନଟବର ସେଠୀ, ନଣ୍ଡା ଚୌଧୁରୀ, ରମାକାନ୍ତ ନାୟକ, ନଟବର ସେଠୀ, ସୌରେନ୍ଦ୍ର ବେହେରା ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ସାମିଲ ହୋଇ ପୂଜା ଅର୍ଚନା କରିବା ସହିତ ସମୂହ ଦୀପଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading