ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ମନସୁରବାବାଙ୍କ ମଜାରରେ ଚାଦର ଚଢାଗଲା


ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଜି ସନ୍ଧ୍ୟାରେ ମନସୁର ବାବାଙ୍କ ମଜାରରେ ଚାଦର ଚଢାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଉପସ୍ଥିତିରେ ଉପନଗରପାଳଙ୍କ ପ୍ରତିନିଧି ସେକ ଇମ୍ରାନ, କାଉନସିଲର ସେକ ଅସଲମ, ସେକ ନସିମୁଦ୍ଦିନ, ପୂର୍ବତନ କାଉନସିଲର ସେକ ରହମତ, ମହମ୍ମଦ ନିଆଜ, ସୟଦ ନୁରୁଦ୍ଦିନ, ସେକ ତଜମୁଲ ହୋସେନ, ସେକ ଗୟାସୁଦ୍ଦିନ, ତାଜୁଦ୍ଦିନ ଖାଁ, ସେକ ଗୋଫ୍ରାନ, ମହମ୍ମଦ ଆକ୍ରମ, ସେକ ସଲାଉଦ୍ଦିନ, ସେକ ଜାକି, ସେକ ମୁସ୍ତାକିମ, ସେକ ତଫିରୁଦ୍ଦିନ, ସେକ ଅନିସୁଦ୍ଦିନ, ଅଜମଦ ଖାଁ, ଗୁଣ୍ଠନ ଖାଁ, ସେକ ଜିଆଉଦ୍ଦିନଙ୍କ ସମେତ ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ଭାଇମାନେ ଉପସ୍ଥିତ ରହି ମନସୁରବାବାଙ୍କ ମଜାରରେ ଚାଦର ଚଢାଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।


Next Post

ଘଡିଆମାଳ ପଚାଂୟତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ , ବିଳମ୍ବରେ ବିଡିଓ ଆସିବା ନେଇ ଜନ ଅସନ୍ତୋଷ

Mon Oct 16 , 2023
ରାଜନଗର ବ୍ଲକ ଘଡିଆମାଳ ପଚାଂୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ମାଇକ୍ ଯୋଗେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଦିନ ୧୦ଟା ସମୟରେ ଆରମ୍ଭ କରାଯିବା ପାଇଁ ପ୍ରଚାର କରାଯାଇଥିଲା । ପଚାଂୟତବାସୀ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଯାଇ ଦୁଇଘଂଟା ଅପେକ୍ଷା କରିବା ପରେ ଦିନ ୧୨ଟା ସମୟରେ ଜିପିଇଓ ଧର୍ମେନ୍ଦ୍ର ଦାସ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ […]

KANIKA