ଅଟୋ-ବାଇକ୍ ଧକ୍କା: ଜଣେ ମୃତ ଓ ଜଣେ ଗୁରୁତର



କେନ୍ଦ୍ରାପଡା ୨୪/୭- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଚାଂୟତ ଜରିମୂଳ ବଜାରରୁ ପଶ୍ଚିମଭେଡା ଗ୍ରାମର ସୁନାକର ମଳିକଙ୍କ ପୁଅ ସାଗର ମଳିକ(୨୨) ସେହି ଗ୍ରାମର ରଂଜନ ମଳିକଙ୍କ ପୁଅ ମନୋଜ ମଳିକ(୨୪) ଙ୍କୁ ସାଙ୍ଗରେ ନେଇ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ବାହାରଗଡ ଗ୍ରାମର ବାସୁଳାଇଙ୍କ ପୀଠ ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଏକ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଆରୋହୀ ଛିଟିକି ପଡିଥିଲେ । ଅଟୋଟି ଓଲଟି ପଡିଥିଲା । ସାଗର ଓ ମନୋଜ ଉଭୟେ ଗୁରୁତର ଆହ ହୋଇଥିଲେ । ସେହି ଅଟୋରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ । ମନୋଜଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡମେଡିକାଲକୁ ପଠାଇ ଯାଇଛିି । ସୁନାକରଙ୍କର ଚାରି ଝିଅରୁ ସାଗର ଥିଲେ ଏକମାତ୍ର ପୁଅ । ସାଗର ମୃତ୍ୟୁରେ ପରିବାର ଭାଙ୍ଗି ପଡିଛନ୍ତି । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।


Next Post

ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି; ମୋହନଙ୍କ ବଜେଟ୍‌‌ ନେଇ ଖୁସି ଖବର ନାହିଁ: ନବୀନ

Thu Jul 25 , 2024
  ଭୁବନେଶ୍ୱର,୨୫/୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି । । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି । ନବୀନ କହିଛନ୍ତି, ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି । ମୋ ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି […]