
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର କୃଷକ ନିଖୋଜ ଘଟଣାର ଦିନକ ପରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ପ୍ରକାଶ ଯେ, ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ ଥିବା ଭେଡାକୁ ବିରି ବୁଣି ବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଓ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଥିଲେ ମଧ୍ୟ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ଶୁକ୍ରବାର ସକାଳୁ ଗ୍ରମବାସୀ ସହେଯାଗରେ ଅଗ୍ନିଶମ କର୍ମଚାରୀ ବହୁ ଖୋଜା ଖୌଜି କଲାପରେ ଦୁର୍ଗମ ଖରୀ, ବେଣାରୁ ଗଣେଶର ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ତାଙ୍କ ମୃତ ଦେହ ଗାଁରେ ପହଁଚିବା ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର କୃଷକ ଓ ପରିବାର ଲୋକେ ଶବ ଶୋଭାଯାତ୍ରା କରି ଗାଁ ଶ୍ମଶାନରେ ସଂସ୍କାର କରିଥିଲେ । ପୁଅ ମନୋଜ ମୁଖାଗ୍ନି ଦେଇଥିଲେ ।











