ବିଜୟା ଦଶମୀ , ଅପରାଜିତା ଲଟାରେ ପୂଜା ପାଇଲେ ମା’ ଦଶଭୁଜା


ଆଜି ପବିତ୍ର ବିଜୟା ଦଶମୀ । ପବିତ୍ର ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ବିଜୟା ଦଶମୀ ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଥାଏ । ଏଦିନ ମାଦୁର୍ଗା ଅତ୍ୟାଚାରୀ ମହିଷାସୁରକୁ ନିଧନ କରି ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ଦୁର୍ଗା ଦେବୀଙ୍କ ଚରଣରେ କରିଥିଲେ ଅପରାଜିତା ପୂଜା । ଅପରାଜିତା ଲଟାରେ ମାଙ୍କୁ ପୂଜା କରି ଏହି ଅଭିମନ୍ତ୍ରିତ ଲଟାକୁ ହାତରେ ବାନ୍ଧିଲେ ସର୍ବ ରିଷ୍ଟ ଖଣ୍ଡନ ହେବାର କାହିଁ କେଉଁ କାଳରୁ ବିଶ୍ବାସ ରହିଛି । ଭକ୍ତ ମାନଙ୍କୁ ଆଶିର୍ବାଦ ଦେଇ ମାବିଦାୟ ନେବେ ଧରାପୃଷ୍ଠରୁ । ଏହି ବିଦାୟ ବେଳାରେ ଅନେକ ସ୍ଥାନରେ ଭକ୍ତ ମାନଙ୍କର ଭାବ ବିହ୍ବଳର ଦୃଶ୍ୟ ଦେଖାଯାଏ । ଏଇ ଯେମିତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳିସାହିର ଦୁର୍ଗା ପୂଜା ମଣ୍ଡପର ଦୃଶ୍ୟ କାହିଁ କେଉଁଠି ଦେଖିବାକୁ ମିଳେନା ।ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟ ମାନେ ଗାଁକୁ ଫେରିଥାନ୍ତି । ବର୍ଷକରେ ଥରେ ହୋଇଥାଏ ଭେଟଘାଟ । ୫ ଦିନର ପୂଜା ପରେ ମାଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି ସାହିର ସମସ୍ତ ପୁରୁଷ ଓ ମହିଳା ମାନେ ।

ଆଜି ଦଶହରା ଦେବୀଙ୍କ ନିକଟରେ ଅପରାଜିତା ପୂଜାର ଏକ ନିଆରା ପରମ୍ପରା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳିସାହିର ମଣ୍ଡପରେ ଦେଖିବାକୁ ମିଳିଥିଲାପବିତ୍ର ବିଜୟା ଦଶମୀରେ ମା’ଙ୍କ ହେଉଛି ମହାପୂଜା । ସକାଳୁ ଉପଚାର ପୂଜା ସହ ଅନୁଷ୍ଠିତ ହେଉଛି ନୀତିକାନ୍ତି । ମଧ୍ୟାହ୍ନରେ ଅପରାଜିତା ପୂଜା ହୋଇଥିଲା । ଏହି ଅପରାଜିତା ଲତା ପରାଜିତ ନହେବାର ସନ୍ଦେଶ ଦେଇଥାଏ । କୁହାଯାଏ ଯେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ରାବଣକୁ ବଦ୍ଧ କରିବାକୁ ଲଙ୍କା ଗମନ କରିଥିଲେ ସେତେବେଳେ ସେ ଦେବୀ ଦୁର୍ଗାଙ୍କ ନିକଟରେ ଅପରାଜିତା ପୂଜା କରିଥିଲେ । ଫଳରେ ଦୁଷ୍ଟ ଦାନବ ରାବଣକୁ ନିଧନ କରିବାକୁ ଦେବୀ ଦୁର୍ଗା ତାଙ୍କୁ ଶକ୍ତି ପ୍ରଦାନ କରିଥିଲେ । ସେଥିପାଇଁ ସାହିର ସମସ୍ତ ଲୋକେ ସେମାନଙ୍କର ରିଷ୍ଟ ଖଣ୍ଡନ ଓ ପାପ ହରଣ ପାଇଁ ଅପରାଜିତା ଗଛର ଲଟାକୁ ମାଙ୍କ ଚରଣରେ ସମର୍ପଣ କରି ପୂଜା ନୂଆ କପଡାରେ ଗୁଡାଇ ହାତରେ ବାନ୍ଧିଥିଲେ ଏହାପରେ କରାଯାଇ ଥିଲା ସିନ୍ଦୁର ଓ ଅବିର ଖେଳ । ମାଙ୍କ ଚରଣରେ ଅଭିମନ୍ତ୍ରିତ ସିନ୍ଦୂର ଓ ଅବିରର ଖେଳ ହୋଇଥିଲା । ମହିଳା ମାନେ ପରସ୍ପରକୁ ସିନ୍ଦୂର  ଓ ପୁରୁଷ ମାନେ ପରସ୍ପରକୁ ଅବିର ବୋଳି ଉତ୍ସବ ମନାଇଥିଲେ


Next Post

ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳେ ନିଜସ୍ୱ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରା।

Wed Oct 25 , 2023
କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରରେ ନବମୀ ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀରେ ଝୁଣା ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ନବମୀରେ ଦିନସାରା ନିର୍ଜଳ ଉପବାସ କରିଥିବା ଭକ୍ତ ବ୍ରାହ୍ମଣଙ୍କ ଠାରୁ ମନ୍ତ୍ରଗ୍ରହଣ କରି ନିଜକୁ ସର୍ମପିତ କରନ୍ତି ମା ଦୃର୍ଗାଙ୍କୁ । ମାନସିକରେ ଥିବା ଭକ୍ତ ମାଙ୍କ ଛାମୁରେ ଥିବା ଏକ ପିଢ଼ ଉପରେ ପଦ୍ମାଆସନରେ ବସିବା ପରେ ପୁଜାରି ତାଙ୍କ ଉପରେ ଏକ ଓଦା ଚାଦର […]

You May Like