ଗୋପରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ୫ନଂ ୱାର୍ଡ ଗୋପରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଦୁଇଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଗୋପ ପ୍ରଥମିକ ବିଦ୍ୟାଳୟ ପରିସରରେ ୭ଲକ୍ଷ ଟଙ୍କା ବିନିଯୋଗରେ ଅଙ୍ଗନୱାଡି କେନ୍ଦ୍ର,…

ଇନ୍ଦୁପୁର ଦୁର୍ଗା ଭସାଣୀ ଉତ୍ସବ , ମେଲଣ ପଡିଆକୁ ସଫେଇକଲେ ବିଧାୟକ

କେନ୍ଦ୍ରାପଡା ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଇନ୍ଦୁପୁର ଦୁର୍ଗାପୂଜା ମେଲଣ ଓ ଭାସାଣୀ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ଓ ଭସାଣୀ ଉତ୍ସବରେ ଇନ୍ଦୁପୁର ଓ ଧୂମାତ ଗ୍ରାମପଞ୍ଚାୟତର ୧୪ଟି ମେଢ ଅଂଶ ଗ୍ରହଣ କରିଥିଲେ…

କୁମାର ପୂର୍ଣ୍ଣିମା ରାହୁ ସ୍ତ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗହଣରେ ଶ୍ରୀବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ

କେନ୍ଦ୍ରାପଡ଼ା, ୨୫ା୧୦ : ଆସନ୍ତା ୨୮ ତାରିଖ ଶନିବାର ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନୀତିକାନ୍ତି ନିମନ୍ତେ କୋହେନୁର୍ ପ୍ରେସ୍ ପଞ୍ଜିକା ପାଳନ ଏବଂ ପାଳିଆ ନିଯୋଗୀ, ମନ୍ଦିର ପୁରୋହିତ, ଗୋସେଇଁ ଓ…

ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା

କେନ୍ଦ୍ରାପଡ଼ା,୨୫ା୧୦: ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା (କୁମାରୀ ପୂଜନ) ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଏବଂ ବିଶ୍ୱର କଲ୍ୟାଣ କାମନା କରି ଶ୍ରୀମା’ ସ୍ୱାମୀ ଦିବ୍ୟ…

ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସଂଖ୍ୟାଲଘୁ ଅନୁଷ୍ଠାନର ଉନ୍ନତିକରଣ ପାଇଁ ବୈଠକ

କେନ୍ଦ୍ରାପଡ଼ା, ୨୫ା୧୦ : କେନ୍ଦ୍ରାପଡା ବିଜେଡି ସଂଖ୍ୟାଲଘୁ ସେଲ ଆନୁକୂଲ୍ୟରେ ଜିଲ୍ଲାର ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ୍ ସେକ…

ପଟ୍ଟାମୁଣ୍ଡାଇରେ ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ , ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ

ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ପଟ୍ଟମୁଣ୍ଡାଇରେ ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା । ପଟ୍ଟାମୁଣ୍ଡାଇ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି । ବିଭିନ୍ନ ମଣ୍ଡପରୁ ମା’ଦୁର୍ଗାଙ୍କ ଭସାଣି ଯାତ୍ରା…

ମୋବାଇଲ ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ

ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୋବାଇଲ  ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ। ଅଚାନକ ବାଜିଉଠୁଛି ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ । ହଠାତ ଏପରି ଆଲର୍ଟ ମେସେଜ ଦେଖି…

ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳେ ନିଜସ୍ୱ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରା।

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରରେ ନବମୀ ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀରେ ଝୁଣା ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ନବମୀରେ ଦିନସାରା ନିର୍ଜଳ ଉପବାସ କରିଥିବା ଭକ୍ତ ବ୍ରାହ୍ମଣଙ୍କ ଠାରୁ ମନ୍ତ୍ରଗ୍ରହଣ କରି ନିଜକୁ ସର୍ମପିତ କରନ୍ତି ମା…