
କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ୫ନଂ ୱାର୍ଡ ଗୋପରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଦୁଇଟି ପ୍ରକଳ୍ପକୁ ଉଦ୍ଘାଟନ କରିଥିବା ବେଳେ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଗୋପ ପ୍ରଥମିକ ବିଦ୍ୟାଳୟ ପରିସରରେ ୭ଲକ୍ଷ ଟଙ୍କା ବିନିଯୋଗରେ ଅଙ୍ଗନୱାଡି କେନ୍ଦ୍ର, ଗୋପ ଛକଠାରେ ୪.୫ଲକ୍ଷ ଟଙ୍କା ବ୍ୟୟରେ ଏକ ସୁନ୍ଦର ଯାତ୍ରୀ ବିଶ୍ରାମାଗାର ବୁଧବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଏହି ସମୟରେ ଯାତ୍ରୀ ବିଶ୍ରାମାଗାର ନିକଟରେ ଏକ ପନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ବିକାଶ ଧାରରେ ଏହା ଏକ ଅଂଶ ବିଶେଷ ବୋଲି ଉଦ୍ଘାଟନ ଅବସରରେ ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳ ସରିତା ସାହୁ, ଉପ ନଗରପାଳ ଅକ୍ରରୀ ଖାତୁନ, ୫ନଂ ୱାର୍ଡ ପୌରସଭ୍ୟ ନିରାକାର ସ୍ୱାଇଁ, ପୌରସଭ୍ୟ ଅଭୟ ବେହେରା, ପୌରସଭ୍ୟ ଜୟନ୍ତୀ ପାଣି, ପୌରସଭ୍ୟ ଅସୀମା ନାୟକ, ପୌରସଭ୍ୟ ରିହାନା ଖାତୁନ, ପ୍ରାକାଶ ପରିଡା, ଜିଲ୍ଲା ବିଜେଡି ସମ୍ପାଦକ ରଞ୍ଜନ କର, ମଧୁ କର ପ୍ରମୁଖ ଉପସ୍ଥିତ ଥିଲେ ।

