ପୁନର୍ବାସ ପକ୍ଷରୁ ବାର୍ଷିକ ଭିନ୍ନକ୍ଷମ ମେଧାବୃତ୍ତି ପ୍ରଦାନ ଉତ୍ସବ-୨୦୨୩


କେନ୍ଦ୍ରାପଡ଼ା, ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ବାର୍ଷିକ ଭିନ୍ନକ୍ଷମ ମେଧାବୃତ୍ତି ପ୍ରଦାନ ଉତ୍ସବ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁନର୍ବାସର ପ୍ରତିଷ୍ଠାତା ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଯୋଗଦେଇ ଭିନ୍ନକ୍ଷମଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚୟନ କରି ପୁନର୍ବାସ ଅନୁଷ୍ଠାନ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଯେଉଁ ଉଦ୍ୟମ ଜାରିରଖିଛନ୍ତି ତାହାକୁ ପ୍ରଶଂସା କରିଥିଲେ । ଧର୍ଯ୍ୟ, କଠିନ ପରିଶ୍ରମ, ତ୍ୟାଗ ଓ ପିତାମାତାଙ୍କୁ ଉଚିତ ସମ୍ମାନ ଦେଲେ ପିଲାମାନଙ୍କର ଉତ୍ତରତ୍ତୋର ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ । ଏଥିସହିତ ସରକାର ଭିନ୍ନକ୍ଷମମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାକିରୀ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ସହିତ ଭୋଟଦାନ କେନ୍ଦ୍ରରେ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମୀକୁ ସୁଦୃଢ କରିଥିବା ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ ଉଚ୍ଚତ୍ତର ଶିକ୍ଷାରୁ ବଞ୍ଚିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ପ୍ରଦାନ କରିବା ପାଇଁ ଏହି ମେଧାବୃତ୍ତି ପ୍ରଦାନ କରାଯାଉଛି । ଭିନ୍ନକ୍ଷମଙ୍କ ପ୍ରତି ସମ୍ମାନବୋଧ ଓ ସମ୍ବେଦନଶୀଳତା ରହିବା ଉଚିତ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଯୋଗଦେଇ ଆଇନର ଅଳନ୍ଧୁ ଭିତରେ ଛନ୍ଦି ହୋଇ ପଡିଥିବା ଭିନ୍ନକ୍ଷମ ମାନଙ୍କୁ ପ୍ରଶିକ୍ଷିତ ପୋଲିସ କିଭଳି ସହଯୋଗର ହାତ ବଢାଇଥାଏ ଏବଂ ସେମାନଙ୍କୁ ଆବଶ୍ୟକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସେ ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅଗ୍ରଣୀ ଅନୁଷ୍ଠାନ ଓପାକ ସଂସ୍ଥାର ମୁଖ୍ୟ ଶୁଭଙ୍କର ନାୟକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଭିନ୍ନକ୍ଷମ ଛାତ୍ର ରାଜକୁମାର ସାହୁ, ଗୈାରୀଶଙ୍କର ବେହେରା, ପଲ୍ଲକପ୍ରିୟା ସ୍ୱାଇଁ, ସୁଭଦ୍ରା ଜେନା, ଅମିତ ଜେନାଙ୍କୁ ୫ହଜାର ଟଙ୍କାର ଏବଂ ବରଜ କୁମାର ଦାସ ଓ ସ୍ନେହା ବେହେରାଙ୍କୁ ୧୦ହଜାର ଟଙ୍କାର ଭିନ୍ନକ୍ଷମ ମେଧାବୃତ୍ତି ଚେକ ଅତିଥିମାନେ ପ୍ରଦାନ କରିଥିଲେ । ଶେଷରେ ବଂଶୀଧର ମହାନ୍‌ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାନନ୍ଦ ଚୈାଧୁରୀ, ମହମ୍ମଦ ଜାହିଦ ଖାଁ, ସଞ୍ଜୀବ ଜେନା, ମନୋଜ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading