ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଂଚାୟତ ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ବିଭିନ୍ନ ସରକାରୀ ଯୋଜନା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମଧୁ ପେନସନ ଯୋଜନା ସମେତ ମହିଳା ଶିଶୁ ବିକାଶ, ଜୀବିକା ମିଶନ, ମିଶନଶକ୍ତି, କୃଷି, ଶିକ୍ଷା ଓ ଉଠାଜଳସେଚନ ଆଦି ଅନେକ ବିଭାଗର ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା କୌଶଳ ଓ ସରକାରୀ ଗାଇଡ଼ଲାଇନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ସହକାରୀ ମତ୍ସ୍ୟ ଅଧିକାରୀଣୀ ହରପ୍ରିୟା ବେହେରା ମତ୍ସ୍ୟ ବିଭାଗ ବିଭିନ୍ନ ଯୋଜନା ଉପରେ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି ଡି ପି ଓ ମନୋରମା ସ୍ୱାଇଁ, ବି ଏସ ଏସ ଓ ଅନନ୍ତ ବିଶ୍ୱାଳ, ଏ ପି ଓ ସ୍ନିଗ୍ଧା ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରୋଜେକ୍ଟର ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ଓ ସରକାରୀ ଗାଇଡ଼ଲାଇନ ସମ୍ପର୍କରେ ଅଧିକାରୀମାନେ ତାଲିମ ଦେଇଥିଲେ । ଶେଷରେ ବ୍ଲକ ସାମାଜିକ ସମୀକ୍ଷକ ନଳିନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ଏହି ପ୍ରଶିକ୍ଷଣ ଶିବିର ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି, ପଂଚାୟତ ନିର୍ବାହୀଅଧିକାରୀ, ଗ୍ରାମ ରୋଜଗାର ସେବକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading