ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ୍



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମହାଜନସାହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ନିର୍ମାଣଧିନ ଘରର ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ପୋରାଂଚଳର ମହାଜନସାହି ଗ୍ରାମର ଅଶ୍ୱନି ପଣ୍ଡା (୩୦) ବୋଲି ଜଣା ପଡିଛି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି ।

ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା  ଅନ୍ତର୍ଗତ ମହାଜନସାହି ଗ୍ରାମର ଅଭୟ ପଣ୍ଡାଙ୍କ ପୁଅ ଅଶ୍ୱନି ଗ୍ରାମାଂଚଳ ଥାନା ଅଧିନ ମଠସାହି ଗ୍ରାମରେ ରବିବାର ଅପରାହ୍ନରେ ଜନୈକ ବ୍ୟକ୍ତିଙ୍କ ନିର୍ମାଣଧିନ ଘରର ବିଦ୍ୟୁତ କାମ କରୁଥିବା ବେଳେ ହଠାତ୍ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ଅଶ୍ୱନି କୁ ମୃତ ଘୋଷଣା କରିଥିଲେ । ଖବର ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବ ସହିତ ଦୁଇ ଜଣକୁ ଅଟକ ରଖି ଘଟଣାର ଛାନଭିନ ଚଳାଇଛି ।


Discover more from

Subscribe now to keep reading and get access to the full archive.

Continue reading