କେନ୍ଦ୍ରାପଡାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍‌, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡ଼ା ତହସିଲଦାର, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା ଅନୀତା ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୨୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୧୩ ଗୋଟି ସାମୁହିକ ଅଭିଯୋଗ ଏବଂ ୧୦୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭିନ୍ନକ୍ଷମ ଭତା, ରାସନ୍‌କାର୍ଡ଼ ପ୍ରଦାନ, ଇନ୍ଦିରା ଆବାସ ଯୋଜନା, ଜମି ବିବାଦ, ବସୁନ୍ଧରା ଯୋଜନା, ମୃତ୍ୟୁ ସହାୟତା, କଳାକାର ଭତା ଇତ୍ୟାଦି ଦରଖାସ୍ତଗୁଡ଼ିକ ମୁଖ୍ୟତଃ ଥିଲା । ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ଭାଗବତପୁର ତୋଟାଜେନାସାହିର ବନମାଳୀ ଜେନା ଓ ଅନ୍ୟମାନେ ସ୍ଥାୟୀ ରାସ୍ତା ନିର୍ମାଣ ସମ୍ପର୍କରେ, ଲୋକନାଥପୁର ଗୁଣପୁରର ସନ୍ତୋଷିନୀ ଜେନା ଓ ଅନ୍ୟମାନେ ନୂତନ ଋଣ ସମ୍ପର୍କରେ, ସୁଧାକର ପରିଡ଼ା ଓ ଅନ୍ୟମାନେ ଯମପଡ଼ା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବଦଳି ସମ୍ପର୍କରେ, ବଛରା ଗ୍ରାମର ଖଗେଶ୍ୱର ମଲ୍ଲିକ ଗୋଚର ଜମିରେ ନିର୍ମାଣ ସମ୍ପର୍କରେ, ତରାଣ୍ଡୋ ଗ୍ରାମରେ ଦିଲ୍ଲିପ କୁମାର ଜେନା ଓ ଅନ୍ୟମାନେ ଟ୍ରାନ୍ସଫର୍ମର୍ ଲଗାଇବା ସମ୍ପର୍କରେ, ରାମଚନ୍ଦ୍ରପୁରର ଶ୍ରୀନାଥ ଗୋଚ୍ଛାୟତ ଓ ଅନ୍ୟମାନେ ରାସ୍ତା ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ, ଶ୍ୟାମସୁନ୍ଦରପୁରର ଯୋଗମାୟା ଜେନା ଓ ଅନ୍ୟମାନେ ରାସ୍ତା ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ, ବେଲାରପୁର ଗ୍ରାମର କରୁଣାକର ପଣ୍ଡା ଓ ଅନ୍ୟମାନେ ନୂତନ ରାଜସ୍ୱ ଗ୍ରାମ ଗଠନ ସମ୍ପର୍କରେ, ଅଲିପୁରର ଅକ୍ଷୟ କୁମାର ଦାସ ଓ ଅନ୍ୟମାନେ ନାଳ ପାଣି ଯୋଗାଣ ସମ୍ପର୍କରେ, ଶ୍ୟାମଗୁଡ଼ିଆ ଗାଁର ଗୀତାଞ୍ଜଳୀ ପାତ୍ର ଓ ଅନ୍ୟମାନେ ଜମି ସୀମା ନିର୍ଦ୍ଧାରଣ ସମ୍ପର୍କରେ, ମାର୍ଶାଘାଇର ପ୍ରକାଶ କବି ଓ ଅନ୍ୟମାନେ ସ୍କୁଲ ଗୃହ ନିର୍ମାଣ ଓ ପାନୀୟ ଜଳ ସମ୍ପର୍କରେ, ନାରାୟଣପୁରର କାଳିପଦା ଗିରି ଓ ଅନ୍ୟମାନେ କୁମ୍ଭୀର ଆକ୍ରମଣ ଜନିତ ମୃତ୍ୟୁ ସହାୟତା ସମ୍ପର୍କରେ, କଷୋଟି ଗାଁର ପଦ୍ମଲୋଚନ ବାରିକ ପାନୀୟ ଜଳ ସମସ୍ୟା ସମ୍ପର୍କରେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦକୁ ତଳବାରଙ୍ଗ ଗାଁର ଦୁର୍ଗା ପ୍ରସାଦ ପତିଙ୍କୁ ୨୫ ହଜାର ଟଙ୍କା, ନଛିପଡ଼ାର ମନୋଜ ମଲ୍ଲିକଙ୍କୁ ୫ହଜାର ଟଙ୍କା, କୁହୁଡ଼ିର ଚନ୍ଦ୍ରକାନ୍ତ ବେହେରାଙ୍କୁ ୫ହଜାର ଟଙ୍କା, ଶିରେନପୁରର ନାରାୟଣ ନାୟକଙ୍କୁ ୫ହଜାର ଟଙ୍କା, ହଳଦିଆର ତପନ କୁମାର ନାୟକଙ୍କୁ ୮ହଜାର ଟଙ୍କା, ନୂଆ ଗାଁର ସେବତୀ ନାୟକଙ୍କୁ ୫ହଜାର ଟଙ୍କା, ଗଭାଦିଆର ଅମିତାଭ ସ୍ୱାଇଁଙ୍କୁ ୧୫ହଜାର ଟଙ୍କା, ନୂଆ ଗାଁର କୃଷ୍ଣଚନ୍ଦ୍ର ବେହେରାଙ୍କୁ ୫ହଜାର ଟଙ୍କା, ବଡ଼ପଡ଼ାର ଗାୟତ୍ରୀ ମଲ୍ଲିକଙ୍କୁ ୫ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜୟପୁରାର ନାଜିଆ ଫିର୍ଦ୍ଦୋଷଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ୧୫ହଜାର ଟଙ୍କା, ନାଥପୁରର ବସନ୍ତ ସେଠୀଙ୍କୁ ଘରପୋଡ଼ି ପରେ ପୁନଃ ଥଇଥାନ ନିମନ୍ତେ ୨୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading