ଓଡିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷଙ୍କ ଦ୍ୱାରା ଚାଷୀଙ୍କୁ ସରଞ୍ଜାମ ବଣ୍ଟନ


କେନ୍ଦ୍ରାପଡ଼ା, ୮ା୧୧: ଜଳନିଧି-୨ ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଓଡିଶାର କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜ୍ ଚାଷୀମାନଙ୍କୁ ବିଭିନ୍ନ କୃଷି ସରଞ୍ଜାମ ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ଓଡିଶା କୃଷି ଶିଳ୍ପ ନିଗମ କେନ୍ଦ୍ରାପଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଶ୍ରୀ ବେଜ୍ ଜଳନିଧି-୨ ଯୋଜନାରେ ବସପୁର ଠାରେ ଏକ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପଟିର ଦାୟୀତ୍ୱ ଏକ ୬ଜଣିଆ ଚାଷୀ ଗୋଷ୍ଠିଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ମୁଖ୍ୟ ଅତିଥି ଶ୍ରୀ ବେଜ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଭାଇମାନଙ୍କ ଆର୍ଥିକ ବିକାଶ ପାଇଁ ବହୁ ଗୁଡିଏ ଯୋଜନା କରିଥିବା ବେଳେ ସେଥିମଧ୍ୟରୁ ଏହି ଯୋଜନା ଅନ୍ୟତମ । ଏହି ଅବସରରେ ସରକାରଙ୍କ ରିହାତି ଯୋଜନାରେ ୪ଟି ଟ୍ରାକ୍ଟର, ୨ଟି ପାୱାର ଟିଲର୍ ଓ ୨ଟି ପମ୍ପସେଟ୍ ମୁଖ୍ୟ ଅତିଥି ଶ୍ରୀ ବେଜ ଚାଷୀମାନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଜାନକୀ ବଲ୍ଲଭ ମହାପାତ୍ର, ବିଭୂତି ଭୂଷଣ ମହାନ୍ତି, ସୁବ୍ରତ ଲେଙ୍କା, ହୃଷିକେଶ ପରିଡା, ରଶ୍ମିରଞ୍ଜନ ପ୍ରଧାନ, ମହମ୍ମଦ ଜାମସେଦ୍ ନାସିର ଏବଂ ଚାଷୀ ବିଶ୍ୱଜିତ ନାୟକ, ବଳରାମ ନାୟକ, ଦୈତାରୀ ନାୟକ, ସଂଯୁକ୍ତା ନାୟକ, ଭରତ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading