ଜିଲ୍ଲା ସ୍ତରୀୟ ସୁରଭି–୨୦୨୩ ନିରୀକ୍ଷକ ମାନଙ୍କ ପକ୍ଷ ପାତିତା ଓ ଅଫିସରଙ୍କ ନିଷ୍କ୍ରିୟତା ନେଇ ଅସନ୍ତୋଷ



ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୧ ତାରିଖ ବୁଧବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବର ବିଚାରକ ମଣ୍ଡଳ ଚୟନ ପ୍ରକ୍ରିୟାରେ ପାତର ଅନ୍ତର ଓ ପକ୍ଷପାତିତାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୌଳିକ କାହାଣୀକୁ ଅଣଦେଖା କରି କପି କାହାଣିର ନୃତ୍ୟ ଉପରେ ପ୍ରଥମ ସ୍ଥାନ ଦିଆଯିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନକୁ ଉଲ୍ଲଘଂନ କରାଯାଇ ସାତଜଣ ଛାତ୍ରୀ ନାଚିଥିବା ବିଦ୍ୟାଳୟକୁ ଦ୍ୱିତୀୟ ସ୍ଥାନ ଦେବା ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳର ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ଗଣଶିକ୍ଷା ବିଭାଗ, କେନ୍ଦ୍ରପଡା ଜିଲ୍ଲାପାଳ, ଡିଇଓଙ୍କୁ ଅଭିଯୋଗ କରିଛନ୍ତି ।


କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭବନଠାରେ ଚଳିତ ମାସ ପହିଲାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଙ୍ଗୀତ, ଚିତ୍ରାଙ୍କନ, ବକୃତା, ରଚନା, ହସ୍ତାକ୍ଷର, କୁଇଜ ଓ ଦଳଗତ ନୃତ୍ୟରେ ବ୍ଲକର କୃତୀ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏଥିରୁ ପ୍ରଥମ ପାଇଥିବା ଛାତ୍ରୀଛାତ୍ରମାନେ ଆସନ୍ତା ୧୪ ରୁ ୧୬ ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । କିନ୍ତ୍ରୁ ଏହି ଜିଲ୍ଲା ସ୍ତରିୟ ସୁରଭି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନକୁ ଜଳାଞଳୀ ଦେଇ ନିରୀକ୍ଷକଙ୍କ ପକ୍ଷପାତିତା, ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପାତର ଅନ୍ତର ଓ ପଟ୍ଟାମୁଣ୍ଡାଇ ବିଇଓଙ୍କ ନିଷ୍କ୍ରିୟତାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳର ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମୌଳିକ କାହାଣୀକୁ ଅଣଦେଖା କରି କପି କାହାଣିର ନୃତ୍ୟ ଉପରେ ପ୍ରଥମ ସ୍ଥାନ ଦେବା ପକ୍ଷପାତିତାକୁ ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ଉପସ୍ଥିତ ଦର୍ଶକ ସମାଲୋଚନା କରିଥିଲେ । ନାରୀ ସଶକ୍ତିକରଣ ଉପରେ ନୃତ୍ୟ ଦିଆଯାଇଥିବା ବେଳେ ନାରୀ ଶକ୍ତି ଉପରେ ନୃତ୍ୟ ୧୨ ମିନିଟ ୨୯ ସେକେଣ୍ଡରେ ପରିବେଶଣ କରିଥିବା ଆଳି ବ୍ଲକକୁ ନିରୀକ୍ଷକ ପ୍ରଥମ ସ୍ଥାନ ଦେଇଥିଲେ । ସେହିପରି ଦଳଗତ ନୃତ୍ୟରେ ଜଣେ ଆଂକରିଙ୍ଗ କରିବେ ଓ ଛଅ ଜଣ ନୃତ୍ୟ ୧୨ ମିନିଟରେ କରିବେ ବୋଲି ନିର୍ଦ୍ଧିଷ୍ଟ ନିୟମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନ ଚିଠି ନଂ-୧୦୫୪୬/ ୮-୯-୨୦୨୩ ରେ ଦର୍ଶା ଯାଇଥିବା ବେଳେ ଏହାକୁ ଉଲ୍ଲଘଂନ କରାଯାଇ ସାତଜଣ ଛାତ୍ରୀ ୧୩ ମିନିଟ ନାଚିଥିବା ବିଦ୍ୟାଳୟକୁ ଦ୍ୱିତୀୟ ସ୍ଥାନ ଦେବା ଓ ସୁରଭି ନିୟମ ଅନୁଯାୟୀ ନାଚୁଥିବା ଛାତ୍ରୀଛାତ୍ରଙ୍କୁ ତୃତୀୟ ସ୍ଥାନ ଦେବାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଏ ନେଇ ବିଇଓ ଓ ଡିଇଓଙ୍କ ନୀରବତା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । ଯାହାକୁ ନେଇ ସୁରଭି କମିଟି, ବିଚାରକ ମଣ୍ଡଳୀ ଓ ଜିଲ୍ଲାଶିକ୍ଷା ଅଧିକାରିଣୀଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଯାହା ଛୋଟ ଛୋଟ ଶିଶୁ ମାନଙ୍କ ମନରେ ଏକ ଶକ୍ତ ମାନସିକ ଚାପ ଦେଇଛି । ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ରେ ଜିଲ୍ଲା ପ୍ରଶାସନ ଯେଉଁ ୩ଜଣ ବିଚାରକଙ୍କୁ ଚୟନ କରିଥିଲେ ସେମାନେ ସରକାରଙ୍କ ନିୟମକୁ ଉପେକ୍ଷା କରି ଚୟନ କରିଛନ୍ତି । କେନ୍ଦ୍ରାପଡା ଜିଲା ସ୍ତରିୟ ସୁରଭି କାର୍ଯ୍ୟକ୍ରମରେ ଚୟନରେ ପକ୍ଷପାତିତା ଅନିୟ ମିତତାକୁ ଯୋଗୁ ରାଜ୍ୟ ସ୍ତରରେ କେହି କୃତୀତ୍ୱ ପାଇପାରୁନାହାଁନ୍ତି । ଏନେଇ ଛାତ୍ରୀଛାତ୍ରଙ୍କ ଅଭିଭାବକ କୁଞ୍ଜବିହାରୀ ତ୍ରିପାଠୀ, ଶଶିକାନ୍ତ ମହାନ୍ତି, ଗିରିମା ସାହୁ, ସୋମାରାଣୀ ବେହେରା, ଅନ୍ନପୂର୍ଣ୍ଣା ବେହେରା, ଶୁଧାଶୁଂବାଳା ରାଉତ, ସାବିତ୍ରୀ ଘଡାଇ, ଭାରତୀ ବେହେରା, ତିଳୋତମା ତ୍ରିପାଠୀ, ତେଜସ୍ୱୀନି ସାହୁ,ରାଜସ୍ମିତା ଓଝା, ତେଜସ୍ୱନୀ ସାହୁ,ସୁଚିସ୍ମିତା ସାହୁ, ଶ୍ରୀପର୍ଣ୍ଣା ବେହେରା, ସୁଭଶ୍ରୀ ବେହେରା, ଆଂଚଳ ତ୍ରିପାଠୀ, ପ୍ରଭାତ କୁମାର ସେନ ପ୍ରମୁଖ ରାଜ୍ୟ ଗଣଶିକ୍ଷା ବିଭାଗ, କେନ୍ଦ୍ରପଡା ଜିଲ୍ଲାପାଳ, ଡିଇଓଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଇନର ଆଶ୍ରୟ ନେବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading