
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମୀରେ ଇକୋରିଟ୍ରିଟ୍ ପୂର୍ବରୁ ବାଲୁକା କଳା ଉଦ୍ଘାଟିତ ହୋଇଯାଇଛି । ବିଧାୟକ ଧୃବ ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଆଳି ଧାନମଣ୍ଡଳର ବିଶିଷ୍ଟ ଚିତ୍ରଶିଳ୍ପୀ ଯତିନ ଦାସ ଆୱାର ହେରିଟେଜ ନାମରେ ମହାପ୍ରଭୁ ଜଗନ୍ନାଥ, କୋଣାର୍କ ମନ୍ଦିର, ଭିତରକନିକାର ଜୈବବିବିଧତା ସ୍ଥାନ ପାଇଛି । ବିଶେଷକରି ହେନ୍ତାଳ ବୃକ୍ଷ, କୁମ୍ଭୀର, କଇଁଛର ପ୍ରତିକୃତୀ ନିଖୂଣ ଭାବରେ ବାଲିରେ ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ । ଶିଳ୍ପୀ ଶ୍ରୀ ଦାସଙ୍କ କହିବାନୁଯାୟୀ, ପୂଣ୍ୟ ମାସ କାର୍ତିକ ଚାଲିଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିକୃତୀ ବାଲୁକା କଳାରେ ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ରପ୍ରସାଦ ରାଉତ, ବିଡିଓ ନିଶାନ ମିଶ୍ର, ତହସିଲଦାର ଅଜୟକୁମାର ମହାନ୍ତିଙ୍କ ସହ ସରଂପଚ ନିରଂଜନ ରାଉତ, ସର୍ବେଶ୍ୱର ମହାନ୍ତି, ପ୍ରସନ୍ନ ପରିଡା, ଶ୍ରୀକାନ୍ତ ପ୍ରଧାନ, ରବିନ ସେଠୀ, ବୈବର୍ତନାରାୟଣ ବିଶ୍ୱାଳ, ମନୋଜ ମଲ୍ଲିକ, ରାଧାକାନ୍ତ ରାଉତରାୟ, ଘନଶ୍ୟାମ ବଳ, ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।











