
କେନ୍ଦ୍ରାପଡ଼ା, ; ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନଗର କଂଗ୍ରେସ ତରଫରୁ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଓ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗନରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳଦେବଜୀଉ ପୀଠରେ ନଗର ସଭାପତି ରାଜେଶ ମହାନ୍ତି ପୌରୋହିତ୍ୟ କରିଥିବା ସ୍ଥଳେ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ପୌରୋହିତ୍ୟ କରିଥିଲେ । ସକାଳ ୧୦ ଘଟିକା ସମୟରେ କଂଗ୍ରେସ କର୍ମୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ସହ ପ୍ରଥମେ ଶ୍ରୀ ବଳଦେବଜୀଉ ମନ୍ଦିରରେ ସାମୁହିକ ଦୀପଦାନ ଶ୍ରୀଜିଉଙ୍କ ଦର୍ଶନ ପୂର୍ବକ ମନ୍ଦିର ବେଢା ପରିକ୍ରମା କରି ନାମ ସଂକୀର୍ତ୍ତନ କରିବା ସହ ସତ୍ୟାଗ୍ରହ ସ୍ଥଳରେ ପହଞ୍ଚୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବସି ହରିନାମ ଜପ କରିଥିଲେ । ଅନୁରୂପ ଭାବରେ କୋରୋ ଠାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପୂର୍ବକ ଦୀପଦାନ କରି ନାମ ସଂକୀର୍ତ୍ତନ କରାଯାଇଥିଲା । କୀର୍ତ୍ତ ନ ମଣ୍ଡଳୀରେ ମହିଳାମାନେ ବଡ ଉତ୍ସାହର ସହ ବେଶ୍ ସଂଖ୍ୟାରେ ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଓ ଶ୍ରୀ ଜଗନ୍ନାଥ ମନ୍ଦିର କୋରୋଠାରେ ଆୟୋଜିତ ସଂକୀର୍ତ୍ତନ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ । ଶ୍ରୀ ବେହେରା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ରାଜ୍ୟ ସରକାର ଶ୍ରୀମନ୍ଦିରର ଚାରିଦ୍ୱାରା ଚାରି ତତ୍ତ୍ୱର ପ୍ରତିକ, ସିଂହଦ୍ୱାର ମୁଖ୍ୟଦ୍ୱାର, ବ୍ୟାଘ୍ରଦ୍ୱାର ଧର୍ମଦ୍ୱାର, ଉତ୍ତରଦ୍ୱାର ହସ୍ତୀଦ୍ୱାର, ଐଶ୍ୱର୍ଯ୍ୟଦ୍ୱାର ଓ ଦକ୍ଷିଣଦ୍ୱାର ଅଶ୍ୱଦ୍ୱାର ହେଉଛି କାମଦ୍ୱାର ୩ଟି ଦ୍ୱାରା ବନ୍ଦକରି ଭକ୍ତମାନଙ୍କୁ ଧର୍ମ ଅର୍ଜନ, ଐଶ୍ୱର୍ଯ୍ୟ ଲାଭ ଓ କାମନାର ବିକାଶ ସୁଯୋଗରୁ ବଞ୍ôଚତ କରି ଅପରାଧ ନୁହେଁ ପାପ ଅର୍ଜନ କରୁଛନ୍ତି । ରତ୍ନ ଭଣ୍ଡାରର ଭିତର ଦ୍ୱାର ଖୋଲିବାରେ ଅନିଚ୍ଛା ପ୍ରକାଶ କରି ରତ୍ନ ଭଣ୍ଡାର ଗୃହର ସୁରକ୍ଷା ଓ ରତ୍ନ ଭଣ୍ଡାର ମଧ୍ୟରେ ଗଚ୍ଛିତ ଥିବା ଶ୍ରୀ ଜୀଉଙ୍କର ବହୁମୂଲ୍ୟ ରତ୍ନ ଅଳଙ୍କାର ଗଣତି, ମଣତି ମଧ୍ୟ ନହେବାରୁ ସାଧାରଣରେ ଘୋର ସନ୍ଦେହ ଘନିଭୂତ ହେବାର ଲାଗିଛି । ସୁତରାଂ ରାଜ୍ୟ ସରକାର ଅବିଳମ୍ବେ କଂଗ୍ରେସର ରାଜ୍ୟବ୍ୟାପୀ ଏକ ଦିବସୀୟ ସଂକୀର୍ତ୍ତନ ସତ୍ୟାଗ୍ରହ ପ୍ରତି ସମ୍ମାନ ଜଣାଇ ଶ୍ରୀ ମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାରର ଭିତର ଦ୍ୱାର ଖୋଲିବାର ନିଷ୍ପତ୍ତି ନେବାକୁ ଆହ୍ୱାନ ଦେଥିଲେ ।
ଉଭୟ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସର ଦୁଇଟି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ବିଶ୍ୱନାଥ ଆଚାର୍ଯ୍ୟ, ପିସିସି ସଭ୍ୟ ପ୍ରଫୁଲ୍ଲ ଦାସ, ପୂର୍ବତନ ପିସିସି ସଭ୍ୟ ମୁକ୍ତାର ଖାଁ, ବରିଷ୍ଠ ନେତା ଗଣେଶ ମେକାପ, ଡିସିସି ସାଧାରଣ ସମ୍ପାଦକ ଆଶିଷ ମେକାପ, ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ସୌମେନ୍ଦ୍ର ପୃଷ୍ଟି, ଉମାଶଙ୍କର ଜେନା, ପ୍ରତାପ ବିଶ୍ୱାଳ, ଏକାଦଶୀ ମଲ୍ଲିକ, କାଉନସିଲର ରମେଶ ଦାସ, କାଉନସିଲର ତୁଳସୀ ହେମ୍ବ୍ରମ୍, ଅନନ୍ତ କୁମାର ସ୍ୱାଇଁ, କମଳାକାନ୍ତ ବେହେରା, ବିଚିତ୍ର ଲେଙ୍କା, ତୋଫାନ ସ୍ୱାଇଁ, ବାନାମ୍ବର ସାମଲ, ଜ୍ଞାନରଞ୍ଜନ ସାହୁ, ସେକ୍ ଅରମାନ, ନିରଞ୍ଜନ ପରିଡା, ସରୋଜକାନ୍ତ ମଲ୍ଲିକ, ବିଜୟ କୁମାର ବୁଇଁ, ବିକାଶ ଚନ୍ଦ୍ର ମଲ୍ଲିକ, ରହମତ ଖାଁ, ମନୋଜ ଜେନା, ହରେକୃଷ୍ଣ ମଲ୍ଲିକ, ଦିଲ୍ଲୀପ କୁମାର ରାଉତ, ଅନ୍ତର୍ଯ୍ୟାମୀ ପରିଡା, ପୀତାମ୍ବର ଜେନା, ରାମଚନ୍ଦ୍ର ସାହୁ,ବିଭୂତି ଭୂଷଣ ଦାସ ପ୍ରମୁଖ ସାମିଲ ହୋଇଥିଲେ ।










