ବିଜେପି ଓ କଂଗ୍ରେସକୁ କଡା ଜବାବ ଦେବାକୁ ବିଜେଡି ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ଜନପ୍ରତିନିଧି , କର୍ମକର୍ତା ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନ ମଣ୍ଡଳୀରେ ଗତ ୮ ତାରିଖଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ର୍ରୁବ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଶିବିରରେ ରଜନଗର ବ୍ଲକର ୩୦ ନଂ ଜୋନର କର୍ମକର୍ତା ଓ ପଟ୍ଟାମୁଣ୍ଡାଇ ପୌରାଂଚଳର ୨୦ ଟି ୱାର୍ଡକୁ ମିଶାଇ ପ୍ରାୟ ୧୮ ଶହ ଛାମୁଆ ନେତା, କର୍ମୀ, ଯୁବକ ଓ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ତିନି ଦିନ ବ୍ୟାପି ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହି ରାଜନଗର ବିଧାୟକ ଧ୍ରୁବ ସାହୁ ସେବା ମନୋବୃତି ନେଇ ଦଳର ନେତା ଓ କର୍ମୀମାନେ ନିଷ୍ଠାର ସହ କାର୍ଯ୍ୟ କରି ପ୍ରତ୍ୟେକ ଗରିବ ଲୋକ ମୁହଁରେ ହସ ଫୁଟାଇ ପାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ବିକଶିତ ସମୃଦ୍ଧ ଓଡିଶା ଗଠନ ସ୍ୱପ୍ନ ସାକାର ହୋଇପାରିବ ବୋଲି ମତପ୍ରକାଶ କରି ନବୀନଙ୍କ ବିକାଶ ମନ୍ତ୍ରରେ ବିରୋଧୀଙ୍କୁ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳଠାରେ ଠାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନିରେ ରାଜ୍ୟ ବିଜୁ ଜନତାଦଳ ମୁଖପାତ୍ର ସଂଜୟ ବାବୁ ଯୋଗଦେଇ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ପ୍ରଚାରସର୍ବସ୍ୱ ବିଜେପି ଓ ଅପପ୍ରଚାରରେ ମାତିଥିବା କଂଗ୍ରେସ ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ଠିକଣା ଜବାବ ଦେବା ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନବର୍ଗର ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରି ସାଧାରଣଲୋକଙ୍କ ହୃଦୟ ଜିତିଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମନ୍ତ୍ର ନେଇ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବାକୁ କହିଥିଲେ । ରାଜ୍ୟ ବିଜେଡି ପକ୍ଷରୁ ନିୟୋଜିତ ତାଲିମଦାତା ଦେବାଶିଷ ସ୍ୱାଇଁ ଓ ବିଶ୍ୱପ୍ରକାଶ ସାହୁ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ସକ୍ରିୟ କର୍ମୀ ତାଲିମ ଶିବିରରେ ନେତା ଓ କର୍ମୀମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ପ୍ରଦାନ କରିଛନ୍ତି । ତିନି ଦିନ ବ୍ୟାପି ଆୟୋଜିତ ତାଲିମ ଶିବିରର ପ୍ରଥମ ଦିବସର ରାଜନଗର ବ୍ଲକର ୩୨ନଂ ଜୋନର ୧୧ ପଂଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୮ନଂ ଜୋନର ୭ ପଂଚାୟତ ଓ ଗଙ୍ଗାରାମପୁର ଓ ବାଛରା ପଂଚାୟତ ସାମିଲ କରାଯାଇଥିବା ବେଳେ ଦ୍ୱିତୀୟରେ ରାଜନଗର ବ୍ଲକର ୩୧ ନଂ ଜୋନ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୭ ନଂ ଜୋନ ସହିତ ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତକୁ ସାମିଲ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ରାଜନଗର ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ୩୦ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ୧୭ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ରାଜ୍ୟ ପରିଷଦ ସଦସ୍ୟ ମିଟୁ ଦାଶ, ସୋସିଆଲ ମିଡ଼ିଆ ସଂଯୋଜକ ବିଜୟ ନାୟକ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାସ, ସମ୍ପାଦକ ପ୍ରଶାନ୍ତ ରାଉତ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ଅରକ୍ଷିତ ସାହୁ ଓ ସାଧାରଣ ସମ୍ପାଦକ କଳାକାର ପ୍ରଧାନ ରାଜନଗର ବ୍ଲକ ସମ୍ପାଦକ ନରହରି ଜେନାଙ୍କ ସମେତ ପଟ୍ଟାମୁଣ୍ଡାଇ ପରାଂଚଳର ବିଜେଡି ୧୪ କାଉନସିଲର, ଛାମୁଆ ସଂଗଠନ କର୍ମକର୍ତା ଓ ରାଜନଗର ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ଓ ବିଜେଡି ସକ୍ରିୟ ସଦସ୍ୟମାନେ ଯୋଗ ଦେଇଥିଲେ ।


Next Post

କେନ୍ଦ୍ରାପଡ଼ା ଜିଲ୍ଲାକୁ ମରୁଡି ଘୋଷଣା କରାଯାଉ :ଓଡିଶା କୃଷକସଭା

Sat Nov 11 , 2023
କେନ୍ଦ୍ରାପଡ଼ା ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଓଡିଶା କୃଷକସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଦାବୀ କରାଯାଇଛି । ଏ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା କମିଟି ବୈଠକ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଂଚାୟତ ବୋଧଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭା ଜିଲ୍ଲା ସଭାପତି ଗୟାଧର ଧଳଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା କମିଟି ବୈଠକରେ ସମ୍ପାଦକ ବିଜୟ ଦାସ, କାଳି ପ୍ରସାଦ ନାୟକ, […]

KANIKA