ରାସ୍ତା ଜବରଦଖଲ ଉଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଅ ଗ୍ରାମପଞ୍ଚାୟତର ତିନୋଟି ରାସ୍ତା ଜବରଦଖଲ ହେତୁ ଅନେକ ଅସୁବିଧା ସୃଷ୍ଟି ହେଉଥିବାରୁ ପଞ୍ଚାୟତବାସୀ ଏସମ୍ପର୍କରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଅଳପୁଆ ପଞ୍ଚାୟତର ସେଠୀସାହି ପାଶ୍ୱର୍ସ୍ଥ ରାସ୍ତା, କୁମ୍ଭାର ସାହି ଠାରୁ ଶାଶନ ଏବଂ ଅଳପୁଆ ବଜାର ଠାରୁ ଦାମୋଦର ପାଟଣା ପୋଷ୍ଟାଲ ଛକ ପର୍ଯ୍ୟନ୍ତ ଥିବା ରାସ୍ତା ଜବରଦଖଲ ହୋଇଥିବାରୁ ସାଧାରଣ ଜାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ବରିଷ୍ଠ ନେତା ଗଗନ ମାହାଳି, ସାମାଜିକ କର୍ମୀ ନରେନ୍ଦ୍ର ଧଳ, ଅମୃତମଣୋହୀ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟ ପ୍ରଭାତ ଚନ୍ଦ୍ର ସେଠୀ, ଅଭୟ ସେଠୀ, ବାନାମ୍ବର ମଳିକ, କୃତିବାସ ସାହୁ, ରଶ୍ମୀକାନ୍ତ ବେହେରା, ପ୍ରଶାନ୍ତ ଦାସ ପ୍ରମୁଖ ଉପରୋକ୍ତ ରାସ୍ତାର ସୀମା ନିର୍ଦ୍ଧାରଣ ତୁରନ୍ତ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading