କବି କୁଞ୍ଜ ବିହାରୀ ପୃଷ୍ଟିଙ୍କ କାଳ୍ପନିକ କାବ୍ୟ ମା’ମାଟି ମୋହ ଲୋକାର୍ପିତ



କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ କବି ନିକୁଞ୍ଜ ବିହାରୀ ପୃଷ୍ଟିଙ୍କ ଦ୍ୱିତୀୟ କାଳ୍ପନିକ କାବ୍ୟ “ମା’ ମାଟି ମୋହ” ଲୋକାର୍ପର୍ିତ ହୋଇଯାଇଛି । “ଆମ ଗାଁ ସାହିତ୍ୟ ପରିଷଦ” ଆନୁକୂଲ୍ୟରେ ଅନୁଷ୍ଠିତ ଅଷ୍ଟମ ବାର୍ଷିର୍କ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନାମଧନ୍ୟ ବରିଷ୍ଠ ସାହିତ୍ୟିକ, ସମାଲୋଚକ ତଥା ପୂର୍ବତନ ଆବାହକ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭ୍ୟ ପ୍ରାଧ୍ୟାପକ ଡଃ. ବିଜୟାନନ୍ଦ ସିଂ ପୁସ୍ତକଟିକୁ ସମୀକ୍ଷା କରିବା ସହିତ ପୁସ୍ତକଟିର ପାଠକୀୟ ଆଦୃତି କାମନା କରିଥିଲେ । କବି ଶ୍ରୀ ପୃଷ୍ଟି ପ୍ରଥମେ ପୁସ୍ତକ ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡଃ. ବିଜୟ କୁମାର ଶତପଥୀ, ସମ୍ମାନୀତ ଅତିଥି ଭାବେ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଓ ବିଶିଷ୍ଟ ଅତିଥି ଭାବେ ପୂର୍ବତନ କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ‘ଆମ ଗାଁ ସାହିତ୍ୟ ପରିଷଦ’ ସଭାପତି ସଞ୍ଜୟ କୁମାର ମଲ୍ଲିକ, ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ସାହିତ୍ୟାନୁଷ୍ଠାନର କର୍ମକର୍ତ୍ତା, ସଭ୍ୟ, ସଭ୍ୟା ଓ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ । ପୂର୍ବରୁ କବି ଶ୍ରୀ ପୃଷ୍ଟିଙ୍କର ପାଞ୍ଚଖଣ୍ଡ ପୁସ୍ତକ ଲୋକାର୍ପିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି । ଏହି ପୁସ୍ତକଟି ମଧ୍ୟ ସମସ୍ତ ପାଠକ ମାନଙ୍କ ହୃଦୟକୁ ସ୍ପର୍ଶ କରିବ ବୋଲି ବିଭିନ୍ନ କବି ମତବ୍ୟକ୍ତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading