
ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ବ୍ଲକରେ ଚାଲିଥିବା ଦୁର୍ନୀତି ପିସି କାରବାର ଓ ସାଧାରଣ ଲୋକ ନ୍ୟାୟ ପାଉ ନ ଥିବା ଦାବିକରି ସୋମବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଭାଜପା କର୍ଯ୍ୟାଳୟ ଠାରୁ ଭାଜପା କର୍ମୀମାନେ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପ୍ରାୟ ୪ ଶହରୁ ଉଦ୍ଦ୍ୱର୍ କର୍ମକର୍ତା ମାନେ ପ୍ରତିବାଦ ସଭାରେ ସମିଲହୋଇ ବ୍ଲକରେ ଚାଲିଥିବା ଦୁର୍ନୀତିକୁନେଇ ବର୍ଷିଥିଲେ ।

ବରିଷ୍ଠ ଭାଜପା ନେତା ବନମାଳି ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସାଭାପତି ଡ. ଭୁବନମୋହନ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବ୍ଲକ ପ୍ରଶାସନକୁ ସିଧାସଳଖ ଟାର୍ଗେଟ କରିଥିଲେ । ରାଜ୍ୟର ନବୀନ ସରକାରଙ୍କର ସ୍ୱେଚ୍ଛାଚାରିତା, ପିସି କାରବାର, ମହାଦୁର୍ନୀତି ସଂପର୍କରେ କଡା ସମାଲୋଚନା କରିଥିଲେ । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଓଡିଶାକୁ ଚାହିଦା ଠାରୁ ଅଧିକ ସହାୟତା ଦେଇଛନ୍ତି । କିନ୍ତୁ ଓଡିଶାରେ ଚାଲିଥିବା ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅପିସରମାନଙ୍କୁ ଲାଂଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି । ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନର ଅର୍ଥରାଶିକୁ ବିଜେଡିର ନେତା ଅଫିସର ମାନେ ଲୁଟ୍ କରୁଛନ୍ତି । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ଲାଂଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ମୋଦି ସରକାର ଧାନକିଣା ବାବଦରେ ଚାଷୀଙ୍କୁ ଦେଉଥିବା ଏମଏସପି ବାବଦ ଅର୍ଥକୁ ବିଜେଡିର ଦଲାଲମାନେ ଲୁଟୁଥିବା କଥା ପ୍ରମାଣିତ ହୋଇସାରିଛି । ଚାଷୀଙ୍କ ଯନ୍ତ୍ରପାତି କିଣା ବାବଦ ସବସିଡି ଲୁଟ ଓ ଧାନକିଣା ଦୁର୍ନୀତି ହେଉଛି ଅନ୍ୟତମ ବଡ ଦୁର୍ନୀତି । ମିଲର୍ – ଦଲାଲ୍ – ରାଜ୍ୟ ସରକାର ଅସାଧୁ ମେଂଟ କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଡିଏମଏଫ ବାବଦରେ କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କା ଆଜି ବିନା ଟେଣ୍ଡରରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି ହେଉଛି । ଆଜିର ବ୍ଲକ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ଡ. ଜେନା କହିଛନ୍ତି ।

ସେହିପରି ରାଜନଗରର ପୂର୍ବତନ ବିଧାୟକ ଡ. ଅଲେଖ କୁମ଼ାର ଜେନା ଯୋଗଦେଇ କହିଥିଲେ ଯେ, ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରକଳ୍ପଗୁଡିକୁ ପଲ୍ଲୀସଭା ଓ ଗ୍ରାମସଭା ନକରି ଏବଂ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମତାମତ ନ ନେଇ ସେମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରି ଅନୁମୋଦନ କରିବାର ଅର୍ଥ ଗଣତନ୍ତ୍ରର କଣ୍ଠରୋଧ କରିବା ସହିତ ସମାନ ।ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତିର ଶିକାର । ରାଜ୍ୟରେ ହତ୍ୟା, ଧର୍ଷଣ, ଅପହରଣ, ଲୁଂଠନ ଭଳି ସଙ୍ଗୀନ ଘଟଣାମାନ ଦୈନନ୍ଦିନ ଘଟୁଛି । ମାହାଙ୍ଗା ଟ୍ରିପଲ ମର୍ଡର, ମମିତା ମେହେର ହତ୍ୟାକାଣ୍ଡ, ମାଧବୀଲତା, ସ୍ମୀତାରାଣୀ, ପରୀ ଅପହରଣ, କେନ୍ଦ୍ରାପଡା ଗଣଧର୍ଷଣ, ନିମାପଡାରେ ଜିଲ୍ଲା ପରିଷଦଙ୍କ ଆତ୍ମହତ୍ୟା, ଏଏସିଏଫ୍ ସୈାମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି ଅନେକ ଲୋମହର୍ଷଣକାରୀ ଅପରାଧିକ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଜନତା ଦଳର ନେତାମାନେ । ସେହିପରି ପଟ୍ଟାମୁଣ୍ଡାଇ ଅଂଚଳରେ ଗଂଜେଇ, ଅଫିମ ଓ ବ୍ରାଉନସୁଗାର ଭଳି ଉତ୍କଟ ନିଶା କାରବାରର ପେଂଠସ୍ଥଳୀ ପାଲଟିଛି । ପଟ୍ଟାମୁଣ୍ଡାଇ ବ୍ଲକରେ ମନରେଗା ଠାରୁ ଆରମ୍ଭ କରି ଠିକାଦାରୀ କାର୍ଯ୍ୟ, ଆବାସ ଯୋଜନାରେ ଦଳୀୟ କର୍ମୀ ମାନଙ୍କ ଚିଠାରେ ଆବାସ ଘର ବଂଟନ କରିବା, ନିମ୍ନ ମାନ ର କାମ କରି ଫଲସ ବିଲ୍ଲ କରି ଲକ୍ଷାଧିକ ଟଙ୍କା ହଡପ କରି ବିଡିଓ ସ୍କୋପିଓ ଗାଡିରେ ବୁଲିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ପଟ୍ଟାମୁଣ୍ଡାଇ ପୌରପରିଷଦକୁ ୩୫ ବର୍ଷ ପୁରିଥିଲେ ମଧ୍ୟ ଏଠାରେ ବସଷ୍ଟାଣ୍ଡ ନାହିଁ, ଇକୋ ଟଏଲେଟ କାର୍ଯ୍ୟକାରୀ ହେଉନି, ଏଠି ଆବଶ୍ୟକ ଡାକ୍ତର ନାହାନ୍ତି, ଏଠି ୫ଟି ମାଧ୍ୟମରେ ବିକାଶର କାର୍ଯ୍ୟକୁ ଦଳୀୟ କର୍ମୀ ମାନେ ଠିକାଦାରୀ ନେଇ ଅତି ନିମ୍ନ ମାନର କରୁଛନ୍ତି । ସେହିପରି ବିଜେଡି ନେତାଙ୍କୁ ହାତ କରି ସାନଜରିଆ ସେବା ସମବାୟ ସମିିତିରେ ଗୋଟିଏ ପରିବାରର ସଂପାଦକ ଓ ସହସଂପାଦକ/ଡାଟା ଅପେରଟର ଭାବେ ବାପ ପୁଅ ମିଲର୍ ଓ ଦଲାଲ୍ ହାତକରି ଚାଷୀମାନଙ୍କୁ ହନ୍ତସନ୍ତ କରୁଛନ୍ତି । ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମପାସ ଥିବା ବେଳେ ସମ୍ପାଦକ +୩ ର ନକଲି ପାସର ଶିକ୍ଷାଗତ ପ୍ରଣାମ ପତ୍ର ଦେଇ ଦୀର୍ଘ ୧୫ ବର୍ଷ ହେବ ଚାକିରୀ କରିବା ଦୁଃଖ ଓ଼ ପରୀତାପର ବିଷୟ ବୋଲି ପୂର୍ବତନ ବିଧାୟକ ଡ. ଜେନା କହିଛନ୍ତି । କୃଷକ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ପରିଡା, ରାଜନଗର ବିଧାନସଭା ପ୍ରଭାରୀ ସୁନାକାର ବେହେରା,ବିଧାନସଭା ସଂଯୋଜକ ଦିଲ୍ଲୀପ ରାଉତ,ଅନୁସୂଚିତଜାତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଧବାନନ୍ଦ ମଲିକ,ନଗର ବିଜେପି ମହିଳା ମୋର୍ଚା ସଭାନେତ୍ରୀ ରଶ୍ମିତା ସାହୁ,ନଗର ସାଧାରଣ ସମ୍ପାଦକ ରବୀନ୍ଦ୍ର ବିଶ୍ୱାଳ,ପ୍ରାକ୍ତନ ନଗର ବିଜେପି ସଭାପତି ପଦ୍ମନାଭ ପଣ୍ଡା, ଶ୍ରୀରାମପୁର ମଣ୍ଡଳ ସଭାପତି ନୃସିଂହ ସାହୁ,୧୫ନଂ ଜୋନ ସଭାପତି ଦିଲ୍ଲୀପ ବିଶ୍ୱାଳ,କଣ୍ଟା ବଣ ମଣ୍ଡଳ ସଭାନେତ୍ରୀ ଚନ୍ଦ୍ରକାନ୍ତି ପ୍ରଧାନ ନାରୀନେତ୍ରୀ ସୁମିତ୍ରା ସାହୁ, ପୂର୍ବତନ ସରପଞ୍ଚ ସବ୍ୟସାଚୀ ରାଉତ ଓ ଶାରଦା ପ୍ରସାଦ ପରିଡା, ଯୁବନେତା ମହେନ୍ଦ୍ର ଜୀବନଦାସ,ବରିଷ୍ଠ ନେତା ପ୍ରହଲ୍ଲାଦ ପଣ୍ଡା,ଅଜୟ ଦାସ, ରବୀନ୍ଦ୍ର ସେଠୀ, ରଞ୍ଜନ ସୂତାର, ଉଦୟଶଙ୍କର ଦାସ, ଅନ୍ତର୍ଯ୍ୟାମୀ ସାହୁ, ଦେବାଶିଷ ମଲିକ, ମନୋରଞ୍ଜନ ସାହୁ, ଚନ୍ଦନ ପାତ୍ର ଓ ଅଭୟ ସାହୁ ପ୍ରମୁଖ ଭାଷଣ ଦେଇ ରାଜ୍ୟ ବିଜେଡି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତା ପାଇଁ ସମାଲୋଚନା କରିଥିଲେ । ଶେଷରେ ମାଧବାନନ୍ଦ ମଲିକ ଧନ୍ୟବାଦ ଦେଇଥିଲେ ।










