
ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ପକ୍ଷରୁ ପାର୍ଟି ଅଫିସ ଠାରେ କମ୍ରେଡ ଚାରୁ ମଜୁମଦାରଙ୍କ ୫୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ସି ପି ଆଇ ଏମ ଏଲ ନେତା କମ୍ରେଡ ସଂଜୀବ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ କମ୍ରେଡ ବସନ୍ତ ମଲିକ, ହିମାଦ୍ରୀ ଦାସ, ପ୍ରକାଶ ମଲିକ, ମହେନ୍ଦ୍ର ପରିଡା,ବିଶ୍ୱଜିତ ରାଉତ, ଉଲ୍ଲାସ ଦାସ, ଭାବଗ୍ରାହୀ ବେହେରା ଓ ଚକ୍ରଧର ଦାସ ଭାଷଣ ଦେଇ କମ୍ରେଡ ଚାରୁ ମଜୁମଦାର ସାଧାରଣ ଖଟିଖିଆ ମେହନତି ମଣିଷର ଅଧିକାର ପାଇଁ ଜୀବନ ବ୍ୟାପି ସଂଗ୍ରାମ କରି ସହିଦ ହୋଇଥିଲେ ବୋଲି ପ୍ରକାଶ କରିବା ସହିତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ପ୍ରକାଶ ମଲିକ ଧନ୍ୟବାଦ ଦେଇଥିଲେ ।











