ଦକ୍ଷତା ବିକାଶ ପରାମର୍ଶ ଶିବିର


କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପରିସରରେ ଏକ ଦକ୍ଷତା ବିକାଶ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଇନ୍ସୁରାନ୍ସ ସେକ୍ଟରରେ ତାଲିମ୍ ପାଇଁ ୭୯ ଜଣ ଆଶାୟୀ ପ୍ରାର୍ଥିନୀ ଯୋଗ ଦେଇଥିଲେ । ଏହି ଶିବିରରୁ ଯୋଗ୍ୟ ପ୍ରାର୍ଥିନୀମାନେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ୍ ନେବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ପିନାକୀ ପଟ୍ଟନାୟକ ଏହି ଶିବିରରେ ଯୋଗଦେଇ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେବା ସହ ମାନବ ସମ୍ବଳର ବିକାଶ ପାଇଁ ଦକ୍ଷତା ବୃଦ୍ଧି କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ଚାଲୁଥିବା ବିଭିନ୍ନ ତାଲିମ୍ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିଜୟ କେତନ ସାହୁ ଏବଂ ଜନଶିକ୍ଷା ସଂସ୍ଥାନର କର୍ମଚାରୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ । ଶେଷରେ ରିଚା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ମଞ୍ଜୁରୀପ୍ରାପ୍ତ ଋଣ ପ୍ରଦାନ ଦାବୀରେ ୨୪ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା

Wed Nov 22 , 2023
କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେବାକୁ ଯାଉଥିବା ନେଇ ଅଭିଯୋଗ ହୋଇଛି । ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଗତ ତା ୨୬/୭/୨୦୨୩ ରିଖରେ ୧୫୪ଜଣ ଚାଷୀଙ୍କର କ୍ରେଡିଟ ଲିମିଟ ଋଣ ଲଗାଣ ପାଇଁ ମଂଜୁର କରାଯାଇଥିଲା । କିନ୍ତୁ ବ୍ୟାଙ୍କର ନିଷ୍କ୍ରିୟତା ଯୋଗୁଁ ଋଣ […]

You May Like