ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ସେବା ସମବାୟ ସମିତି କାର୍ଯ୍ୟ କରୁଛି । ଏବେ ସମବାୟ ସମିତି ପକ୍ଷରୁ ସମବାୟ ସପ୍ତାହ ପାଳିତ ହୋଉଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୧୬ଟି ସମବାୟ ସମିତ ମଧ୍ୟରୁ ହାତଗଣତି ସମିତିକୁ ଛାଡିଦେଲେ ଅନ୍ୟ ସମିତି ସଂପାଦକ ଅଫିସ ଆଗରେ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନାଁରେ ଗତ ୧୧ ବର୍ଷରେ ପାଖାପାଖି୧୧ କୋଟି ଟଙ୍କା ଚଳୁ ହୋଥିବା ଅଭିଯୋଗ ହେଉଛି । ନଦୀର ମାଟି ଖୋଳା ଓ ଦଳ ସଫା ପାଇଁ ଗତ ୨୦୧୦-୧୧ ଓ ୨୦୨୧-୨୨ ଆର୍ଥିକବର୍ଷରେ ୧୧ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ କରାଯାଇ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ୟ କାମ […]

  ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଗୁଣମୂଲ୍ୟ ଶିକ୍ଷାରେ ଆଇସିଟି ସଂଘାଟନ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବରିଷ୍ଠ ଅଧ୍ୟାପକ ପ୍ରଭାକର ମଲ୍ଲିକ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । […]

ସମ୍ପ୍ରତି ସାରା ବିଶ୍ୱରେ ବିପର୍ଯୟ ମୁକାବିଲା ଓ ପରିବେଶ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖାଦେଇଛି । ବିଭିନ୍ନ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଓ ତାଲିମ ଅଭିଯାନ ଆରମ୍ଭ ହୋଇଛି । ୟୁନିସେଫ, ୟୁଥ ଫର ୱାଟରପ୍ଲସ ଓ ବିକାଶସାଥୀ ମିଳିତ ଉଦ୍ୟମରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଏକ ବିପର୍ଯୟ […]

ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ନୂତନ ଆଇ ଆଇ ସି ଭାବେ ମହିଳା ପୋଲିସ ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଯୋଗ ଦେଇଛନ୍ତି ।ଏଥି ପୂର୍ବରୁ ସେ ଜଗତସିଂହପୁର ଜିଲ୍ଲା ପୋଲିସ ହେଡ଼କ୍ୱାଟରରେ କାର୍ଯ୍ୟରତ ଥିଲେ ଓ ବିଭିନ୍ନ ଥାନାରେ ଦକ୍ଷତାର ସହ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ଗ୍ରାମାଂଚଳ ଥାନାର ନୂତନ ଆଇ ଆଇ […]

କେନ୍ଦ୍ରାପଡା କଲେଜ ଛକ ସ୍ଥିତ ଆଇଆଇଆଇଟି ଠାରେ ଭାରତ ସରକାରଙ୍କ ଏମ୍‌ଏସଏମ୍‌ଇ ମନ୍ତ୍ରାଣାଳୟ ଅଧିନସ୍ଥ କଟକର ଏମବିଏମଏଫ ଡିଏଫଓ ଆନୂକୁଲ୍ୟରେ ଏକ ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଏମ୍‌ଏସଏମ୍‌ଇଡି ଏଫଓ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ସନ୍ଦିପ କୁମାର ଯୋଗଦେଇ ଉଦ୍ୟୋଗ ବିକାଶ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଶିଳ୍ପ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାଥ […]

କେନ୍ଦ୍ରାପଡା,୧୨ ବର୍ଷ ପରେ ମିଳିଛି ପୀଡିତାଙ୍କୁ ନ୍ୟାୟ  । ମାନ୍ୟବର ଆଡହକ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନେରା ଅଭିଯୁକ୍ତମାନଙ୍କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗଣ୍ଡକୂଳ ଅଂଚଳର ଜନୈକ ବ୍ୟକ୍ତି ତାଙ୍କ ନାବାଳିକା ଝିଅ ୨୦୧୧ମସିହା ସେଟେମ୍ବର ୫ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଝିଅକୁ ନ ପାଇବାରୁ ତାର ବାପା ୨୦୧୧ମସିହା ସେଷ୍ଟେମ୍ବର ୬ ତାରିଖରେ […]

କେନ୍ଦ୍ରାପଡ଼ା, ୨୩ା୧୧ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ୬୩୫ନମ୍ବରରେ ପ୍ରଶ୍ନ କରିଛନ୍ତି ଯେ ଉଚ୍ଚଶିକ୍ଷାନ୍ତ୍ରୀ ଅନୁଗ୍ରହ କରି କହିବେକି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ଘଟି ଚାଲିଥିବା ମାଳମାଳ ଅଭିଯୋଗ ସଂକ୍ରାନ୍ତରେ ସରକାର ଅବଗତ କି, ଯଦି ହଁ ଅଭିଯୋଗ ଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଆତସବାଜି ଜନିତ ଦୂର୍ଘଟଣା ଓ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ୨୦୨୨ମସିହା ଆଜିର ଦିନରେ ଭାଗବତପୁର ପଞ୍ଚାୟତରେ ଯେଉଁ ଦୂର୍ଘଟଣା ଘଟି ଜନ ଜୀବନ କ୍ଷୟକ୍ଷତି ହୋଇଥିଲା ଆମକୁ […]

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାକାଳପଡା ବିଜୟ ନଗରର ଆଶାକର୍ମୀ ସାଥି ଅମୀତା ଦାସଙ୍କ ବିୟୋଗରେ ୨ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆସନ୍ତା ୨୮ତାରିଖରେ ଭୁବନେଶ୍ୱରରେ ସମସ୍ତ ଅଣସଂଗଠିତ ଶ୍ରମିକ( ସମସ୍ତ ଆଶାକର୍ମୀ ଓ ଏନଏଚଏମ କର୍ମଚାରୀ)ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ସହିତ ଦରଦାମ […]

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟସରକାରଙ୍କ “ଯୁବ ଓଡିଶା ନବୀନ ଓଡିଶା” ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଜୟ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ […]

କୁମ୍ଭୀର ଆକ୍ରମଣରେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡବ୍ଲ୍ୟଟିଆଇ) ପକ୍ଷରୁ ବିଗତ ବର୍ଷମାନଙ୍କ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ […]