ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡ



କେନ୍ଦ୍ରାପଡା,୧୨ ବର୍ଷ ପରେ ମିଳିଛି ପୀଡିତାଙ୍କୁ ନ୍ୟାୟ  । ମାନ୍ୟବର ଆଡହକ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନେରା ଅଭିଯୁକ୍ତମାନଙ୍କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗଣ୍ଡକୂଳ ଅଂଚଳର ଜନୈକ ବ୍ୟକ୍ତି ତାଙ୍କ ନାବାଳିକା ଝିଅ ୨୦୧୧ମସିହା ସେଟେମ୍ବର ୫ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଝିଅକୁ ନ ପାଇବାରୁ ତାର ବାପା ୨୦୧୧ମସିହା ସେଷ୍ଟେମ୍ବର ୬ ତାରିଖରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ । ପଟାମୁଣ୍ଡାଇ ପୋଲିସ ଘଟଣାର ତଦନ୍ତକରି ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗଣ୍ଡକୂଳ ଗ୍ରାମର କାଳି ଜେନାଙ୍କ ପୁଅ ଡୋରା ଜେନା ଓ ଅଭିଯୁକ୍ତ ରାଜନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବିରକିଶୋର ମଲିକଙ୍କ ପୁଅ ଅନିଲ ମଲିକ ପିଡୀତାକୁ ପାଟିରେ ରୁମାଲ ଦେଇ ମଟରସାଇକେଲ ବସାଇ ଅପହରଣ କରି ନେଇ ଯାଇଥିଲେ । ପିଡିତାକୁ ମାଉସୀ ଘରେ ରଖି ପିଡୀତାର ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ ଦୁର୍ଷ୍କମ କରିଥିଲେ । ଏହା ପରେ ଆସାମୀ ଡୋରା ଜେନା ପିଡୀତାକୁ ଆସାମୀ ଅନିଲ ଜେନା ସହ ଛାଡି ଦେଇ ପଳାଇଯାଇଥିଲା । ଆସାମୀ ଅନିଲ ଜେନା ମଧ୍ୟ ପିଡୀତା ସ୍ମିତାକୁ ଗୋଟିଏ ନିଛାଟିଆ ସ୍କୁଲ ପରିସରକୁ ନେଇ ତାର ଇଚ୍ଛା ବିରୁଦ୍ଧରେ ଧର୍ଷଣ କରିଥିଲା ଓ ପିଡିତାକୁ ଧମକାଇଥିଲା ଯେ ଏ କଥା କାହାକୁ ଜଣାଇବାକୁ ଚେଷ୍ଟା କଲେ ଜୀବନରୁ ମାରିଶେଷ କରିଦେବ । ଆସାମୀ ତାର ପରଦିନ ପିଡୀତାକୁ ନେଇ ଶାସନ ଗ୍ରାମରେ ରଖିଥିବା ସମୟରେ ସେହି ଗ୍ରାମର ଗ୍ରାମବାସୀ ମାନେ ଆସାମୀକୁ ବାନ୍ଧି ଥାନାରେ ଖବର ଦେଇଥିଲେ । ପୋଲିସ ସେଠାରୁ ପିଡୀତାଙ୍କୁ ଉଦ୍ଧାର କରି୍‌ଥିଲା । ଏ ସମ୍ପର୍କରେ ପିଡୀତାର ବାପାଙ୍କ ଅଭିଯୋଗ କ୍ରମେ ପଟ୍ଟାମୁଣ୍ଡାଇ ଥାନାର କେଶ ନଂ – ୧୭୪/୨୦୧୧ ଏବଂ ଜି.ଆର କେଶ ନଂ- ୪୫୫/୨୦୧୧ , ଏସ.ଟି କେଶ ନଂ- ୧୬/୨୦୧୩ ଦଫା- ୩୬୩,୩୬୬(କ),୩୭୬ ଆଇ.ପି.ସି. ମାନ୍ୟବର ଆଡହକ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନେରା ୨୬ ଜଣ ସାକ୍ଷୀଙ୍କୁ ଭିତି କରି ଆସାମୀ ଡୋରା ଜେନା ଓ ଅନିଲ ମଲିକ କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ତତସହିତ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ । ଜରିମାନା ଟଙ୍କା ଅନାଦୟ ହେଲେ ଆଉ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ପିଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସରକାରୀ ଓକିଲ ସଂଜୟ କୁମାର ଜେନା ପରିଚାଳନା କରୁଥିଲେ ।


Next Post

ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

Thu Nov 23 , 2023
କେନ୍ଦ୍ରାପଡା କଲେଜ ଛକ ସ୍ଥିତ ଆଇଆଇଆଇଟି ଠାରେ ଭାରତ ସରକାରଙ୍କ ଏମ୍‌ଏସଏମ୍‌ଇ ମନ୍ତ୍ରାଣାଳୟ ଅଧିନସ୍ଥ କଟକର ଏମବିଏମଏଫ ଡିଏଫଓ ଆନୂକୁଲ୍ୟରେ ଏକ ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଏମ୍‌ଏସଏମ୍‌ଇଡି ଏଫଓ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ସନ୍ଦିପ କୁମାର ଯୋଗଦେଇ ଉଦ୍ୟୋଗ ବିକାଶ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଶିଳ୍ପ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାଥ […]

You May Like