ଏମ ଏନ ହାଇସ୍କୁଲରେ ବିପର୍ଯୟ ମୁକାବିଲା ଓ ପ୍ରଦୂଷଣ ସଚେତନତା ତାଲିମ


ସମ୍ପ୍ରତି ସାରା ବିଶ୍ୱରେ ବିପର୍ଯୟ ମୁକାବିଲା ଓ ପରିବେଶ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖାଦେଇଛି । ବିଭିନ୍ନ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଓ ତାଲିମ ଅଭିଯାନ ଆରମ୍ଭ ହୋଇଛି । ୟୁନିସେଫ, ୟୁଥ ଫର ୱାଟରପ୍ଲସ ଓ ବିକାଶସାଥୀ ମିଳିତ ଉଦ୍ୟମରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଏକ ବିପର୍ଯୟ ମୁକାବିଲା ଓ ପ୍ରଦୂଷଣ ରୋକିବା ଦିଗରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାରଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ତାଲିମଦାତା ଭାବେ ରୁତିକା ନାଥ ଯୋଗ ଦେଇ ବିଭିନ୍ନ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ଓ ବାୟୁ ପ୍ରଦୂଷଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରଦୂଷଣ ରୋକିବା କୌଶଳ ଉପରେ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ।ଏଥି ସହିତ ଯୁବବର୍ଗକୁ ସଶକ୍ତ କରି ଉଜ୍ୱଳ ଭବିଷ୍ୟତ ଗଠନ ଓ ବିପର୍ଯୟ ମୁକାବିଲା ପାଇଁ ଆଗେଇ ଆସିବା ଦିଗରେ ବିଭିନ୍ନ ଟିପ୍ସ ପ୍ରଦାନ କରିଥିଲେ । ଏମ ଏନ ହାଇସ୍କୁଲ ଏନ ସି ସି ଶିକ୍ଷକ ସରୋଜ ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ଏମ ଏନ ହାଇସ୍କୁଲର ଏନ ସି ସି, ସ୍କାଉଟ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ସେମିନାର

Thu Nov 23 , 2023
  ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଗୁଣମୂଲ୍ୟ ଶିକ୍ଷାରେ ଆଇସିଟି ସଂଘାଟନ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବରିଷ୍ଠ ଅଧ୍ୟାପକ ପ୍ରଭାକର ମଲ୍ଲିକ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । […]

KANIKA