କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ


କେନ୍ଦ୍ରାପଡ଼ା, ୨୦/୧୨:ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏସ୍‌ଆର୍‌ଏ ପ୍ରଦୀପ କୁମାର ଦାସ, ଜେଆର୍‌ଏ ଜୟଶ୍ରୀ ସାହୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ସମ୍ବନ୍ଧରେ ସମୀକ୍ଷା କରିବା ସହ ସେ ସମସ୍ତ ରେଜିଷ୍ଟର୍‌, କ୍ୟାସ୍ ବୁକ୍‌, ଲଗ୍ ବୁକ୍‌, ସମସ୍ତ ‘ଫାଇଲ୍‌ପତ୍ର ଯାଂଚ କରିଥିଲେ । କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଓ ନିର୍ଦ୍ଦେଶ ଦେଇଥିଲେ । ମଢ଼ିଆଳ ବଜାରରେ ଥିବା ସୂଚନା ଓ ପାଠାଗାରକୁ ତିନିମୁହାଣୀ ଷ୍ଟୋର୍ ନିକଟକୁ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟର ଠିକ ସୂଚନା ଗଣମାଧ୍ୟମ ନିକଟରେ ପହଂଚାଇ ଏହାର ବହୁଳ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗିକୃତଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ କିଭଳି ସୂଚନା ଓ ଲୋକସମ୍ପର୍କ ବିଭାଗ ସେତୁଭଳି କାର୍ଯ୍ୟ କରିବ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ଏହି ଗସ୍ତ ସମୟରେ ନିକ୍ଷେପକ ମଧୁସୂଦନ ମଲ୍ଲିକ, ତପନ କୁମାର ପରିଡ଼ା, ରଞ୍ଜନ କୁମାର ବେହେରା ଉପସ୍ଥିତ ଥିଲେ ।


Next Post

ବରିଷ୍ଠ ନେତା ବିଜୟ ମହାପାତ୍ର ନିଜର ଘରପୋଡି ସହାୟତା ରେଡକ୍ରସକୁ ଦାନ କଲେ

Wed Dec 20 , 2023
କେନ୍ଦ୍ରାପଡା,୨୦/୧୨  – ବିଶିଷ୍ଟ ଜନନେତା ବିଜୟ ମହାପାତ୍ରଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧ଲକ୍ଷ୨୫ହଜାର ଟଙ୍କାର ଘରପୋଡ଼ି ସହାୟତାକୁ ଆଜି ଶ୍ରୀମହାପାତ୍ର ଜିଲ୍ଲା ରେଡ଼କ୍ରସକୁ ପ୍ରଦାନ କରିଛନ୍ତି । ଶ୍ରୀମହାପାତ୍ର ସଂଧ୍ୟାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରିବା ସହ ଏହାକୁ ଅସହାୟ ତଥା ପ୍ରପୀଡ଼ିତ ଲୋକଙ୍କ କାମରେ ଉପଯୋଗ କରିବା ସକାଶେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । […]