ସରକାରୀ ଜମି ଜବରଦଖଲ ନେଇ ତହସିଲଦାରଙ୍କୁ ଦାବିପତ୍ର


କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତରେ ଥିବା ସେଠୀ ସାହି ନିକଟ ସରକାରୀ ଜମିକୁ ନାରାୟଣ ସେଠୀ ଓ ଗଗନ ସେଠୀ ଜବରଦଖଲ କରିବା ସହିତ ରାସ୍ତାକୁ ଅବରୋଧ କରି ବାଉଁଶ ବାର ବୁଲାଇଛନ୍ତିା ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଶୁକ୍ରବାର ଅଳପୁଆ ପଂଚାୟତର ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ତୁରନ୍ତ ବିହିତ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ସେଠୀ ସାହିରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆନନ୍ଦ ବଜାର ଗୃହ ନିତାଇ ଗୌର ମଣ୍ଡପ, ସେଠୀ ସାହିରେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳକ ଲଗାଯିବା ପରେ ନାରାୟଣ ସେଠୀ ଓ ଗଗନ ସେଠୀ ସରକାରୀ ରାସ୍ତା ଅବରୋଧ କରି ବାଡ ବୁଯିଦେଇଛନ୍ତି । ଫଳରେ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ବାଡ ବୁଯି ରାସ୍ତା ଅବରୋଧ କରିବା ଯୋଗୁଁ ଲୋକେ ଯିବା ଆସିବା ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ ଆଜି ଅଳପୁଆ ପଂଚାୟତର ସରପଂଚ ପ୍ରତିନିଧି ରଶ୍ମି କାନ୍ତ ବେହେରା, ସମିତ ସଭ୍‌୍ୟ ରାମଚନ୍ଦ୍ର ସେଠୀ, ନିମାଇଁ ସେଠୀ, ଗୋକୁଳ ସେଠୀ, ଅଖି ସେଠୀ, ତିଳକ ସେଠୀ , ଶମ୍ଭୁ ସେଠୀ, ପର୍ଶୁରାମ ସେଠୀ ଓ ବହୁ ବୁଦ୍ଧିଜିବୀ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ସମସ୍ୟା ସମାଧାନ କରିବାକୁ ନିବେଦନ କରିଥିଲେ । ପଟ୍ଟମୁଣ୍ଡାଇ ତହସିଲଦାର ନାୟକ ଏ ସମ୍ପର୍କରେ ତୁରନ୍ତ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।


Next Post

ମଞ୍ଜୁରୀପ୍ରାପ୍ତ ଋଣ ପ୍ରଦାନ ଦାବୀରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା

Fri Nov 24 , 2023
କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେଇଥିବା ଓ  ଚାଷୀମାନଙ୍କ ଜମା ଖାତା ଟଙ୍କା ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଟଙ୍କା ନପାଇବାରୁ ଶୁକ୍ରବାର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କତୃପକ୍ଷ ପ୍ରତିଶୃତିକୁ ମେସେଜ […]

KANIKA