ତାଳୁକ ଆଇନ ସେବା ସମିତି ତରଫରୁ ସାମ୍ବିଧାନିକ ଦିବସ ପାଳିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରବିବାର ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ତାଳୁକ ଆଇନ ସେବା ସମିତି ଅଧ୍ୟକ୍ଷା ସିନିୟର୍ ସିଭିଲ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ ଅଧ୍ୟକ୍ଷତା କରି ସମ୍ବିଧାନ ଓ ସାମ୍ବିଧାନିକ ଦିବସର ଗୁରତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଜନ ସାଧାରଣ କିପରି ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବାର ଆସୋସିଏସନର ସଂପାଦକ ରବୀନ୍ଦ୍ର କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ବାର ଆସୋସିଏସନର ସଭାପତି ତପନ କୁମାର ମିଶ୍ର ସମ୍ବିଧାନର ଆବଶ୍ୟକତା ଓ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ବିଷୟରେ କହିଥିଲେ । ବରିଷ୍ଠ ପିଏଲବିି ସଦସ୍ୟ ପ୍ରଫୁଲ କୁମାର ଦାଶ ସମ୍ବିଧାନ ଦ୍ୱାରା କିପରି ଆମର ବ୍ୟକ୍ତିଗତ ସ୍ୱାଧୀନତା ବଜାୟ ରହିବ ସେ ବିଷୟରେ ବର୍ଣନା କରିଥିଲେ । ଏହି ସଭାରେ ଆଇନଜୀବୀ ବିଦ୍ୟାଧର ଦାଶ, ପିଏଲଭି ସଭ୍ୟ ଧବଳେଶ୍ୱର ଖଣ୍ଡାଇ, ସୁଧାଂଶୁ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ମୋଦି ସରକାରରେ ସମ୍ବିଧାନ ଅସୁରକ୍ଷିତ

Mon Nov 27 , 2023
କେନ୍ଦ୍ରାପଡ଼ା ୨୬/୧୧: ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ କଜଳା କଂଗ୍ରେସ ଭବନଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ “ଆମ ସମ୍ବିଧାନ କେତେ ସୁରକ୍ଷିତ?” ଆଲୋଚନା ଚକ୍ର ସଭାପତି ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ପାଇଥିବା ପିସିସି ସଭ୍ୟ ପ୍ରଫୁଲ୍ଲ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର […]

KANIKA