ତାଳୁକ ଆଇନ ସେବା ସମିତି ତରଫରୁ ସାମ୍ବିଧାନିକ ଦିବସ ପାଳିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରବିବାର ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ତାଳୁକ ଆଇନ ସେବା ସମିତି ଅଧ୍ୟକ୍ଷା ସିନିୟର୍ ସିଭିଲ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ ଅଧ୍ୟକ୍ଷତା କରି ସମ୍ବିଧାନ ଓ ସାମ୍ବିଧାନିକ ଦିବସର ଗୁରତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଜନ ସାଧାରଣ କିପରି ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବାର ଆସୋସିଏସନର ସଂପାଦକ ରବୀନ୍ଦ୍ର କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ବାର ଆସୋସିଏସନର ସଭାପତି ତପନ କୁମାର ମିଶ୍ର ସମ୍ବିଧାନର ଆବଶ୍ୟକତା ଓ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ବିଷୟରେ କହିଥିଲେ । ବରିଷ୍ଠ ପିଏଲବିି ସଦସ୍ୟ ପ୍ରଫୁଲ କୁମାର ଦାଶ ସମ୍ବିଧାନ ଦ୍ୱାରା କିପରି ଆମର ବ୍ୟକ୍ତିଗତ ସ୍ୱାଧୀନତା ବଜାୟ ରହିବ ସେ ବିଷୟରେ ବର୍ଣନା କରିଥିଲେ । ଏହି ସଭାରେ ଆଇନଜୀବୀ ବିଦ୍ୟାଧର ଦାଶ, ପିଏଲଭି ସଭ୍ୟ ଧବଳେଶ୍ୱର ଖଣ୍ଡାଇ, ସୁଧାଂଶୁ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading