ଏକବିଂଶ କେନ୍ଦ୍ରାପଡ଼ା ପୁସ୍ତକମେଳା ଜାନୁଆରୀ ୬ରୁ ପ୍ରକାଶ ପାଇବ ଭିତରକନିକା ସ୍ୱତନ୍ତ୍ର ବିଶେଷାଙ୍କ


କେନ୍ଦ୍ରାପଡ଼ା ସହରର ମହୀପାଳ ଟେଲିକମ ପଡିଆରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଆଗାମୀ ଜାନୁଆରୀ ୬ରୁ ଆରମ୍ଭ ହେବ ।ଆଠ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ମେଳା ୧୩ତାରିଖରେ ଶେଷ ହେବ ।

ଜିଲ୍ଲାର କଳା, ସଂସ୍କୃତି ଓ ବୌଦ୍ଧିକତା କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମାନେଜର୍ସ (କେମ )ପକ୍ଷରୁ ଆୟୋଜିତ ହୋଇଆସୁଥିବା ଉକ୍ତ ମେଳାକୁ ସବୁଦିଗରୁ ସଫଳ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଇଂ ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ମାଧପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧିକ ସଂଖ୍ୟାରେ ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥାକୁ ସାମିଲ କରିବା, ପୁସ୍ତକ କ୍ରୟ ପାଇଁ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ଆନ୍ୟାନ୍ୟ ପାଠାଗାରକୁ ସମ୍ପୃକ୍ତ କରିବା, ପ୍ରତ୍ୟହ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ମେଳା ପରିସରରେ ବିଭିନ୍ନ ପ୍ରତିଯୋଗିତା କରିବା,ସାରସ୍ୱତ ସମାବେଶର ଆୟୋଜନ, ବୌଦ୍ଧିକ ଚର୍ଚ୍ଚା, ସାହିତ୍ୟ ପୁରସ୍କାର ପ୍ରଦାନ ଆଦି ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଅନୁଷ୍ଠାନର ମୁଖପତ୍ର କେନ୍ଦ୍ରାପଡ଼ା ପରିକ୍ରମାର ସ୍ୱତନ୍ତ୍ର ଭିତରକନିକା ବିଶେଷାଙ୍କ ପ୍ରକାଶ ପାଇବ । ଜୈବ ବିବିଧତା କ୍ଷେତ୍ରରେ ପ୍ରସିଦ୍ଧ ଆନ୍ତଜାତୀୟ ଅଭୟାରଣ୍ୟ ଭିତରକନିକା ଏହି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଏହା ଉପରେ ତଥ୍ୟଭିତ୍ତିିକ ଗବେଷଣାଧର୍ମୀ ଆଲେଖ୍ୟମାନ ସ୍ଥାନୀତ ହେବ ବୋଲି ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟ ପ୍ରକାଶ କରିଥିଲେ । ସମ୍ପାଦକ ମହମଦ ଜାହିଦ ଖାଁ ସାଙ୍ଗଠନିକ ବିବରଣୀ ଓ ମେଳାର ସମ୍ଭାବ୍ୟ ବଜେଟ ଉପସ୍ଥାପନ କରିଥିଲେ । ମେଳାକୁ ସରସ ସୁନ୍ଦର କରିବା ସହ ନୂତନ ସଭ୍ୟ ଗ୍ରହଣ ଉପରେ ନବଜ୍ୟୋତି ରାୟ, ବଂଶୀଧର ମହାନ୍ତି, ତାରିଣୀ ପାଟଯୋଶୀ, ନିରଞ୍ଜନ ମେକାପ ପ୍ରମୁଖ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବ ଚରଣ ସାମଲ, ପ୍ରଦ୍ୟୁମ୍ନ ବେଉରା, ଶାନ୍ତନୁ ମଲିକ, ଶୁଭଙ୍କର ନାୟକ, ପ୍ରତାପ ସ୍ୱାଇଁ, ଲଷ୍ମୀକାନ୍ତ ନାୟକ,ଗୌତମ ସାହୁ,ହିମାଂଶୁ ଦାସ, ସମ୍ବିତ ଶ୍ରୀଚନ୍ଦନ, ସରୋଜ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଇଂ ମାନସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

କେନ୍ଦ୍ରାପଡାରେ ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ

Mon Nov 27 , 2023
କେନ୍ଦ୍ରାପଡ଼ା ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣୀମାରେ ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ୭ଜଣ ସାଧବ ଓ ୭ଜଣ ସାଧବାଣୀଙ୍କ ବେଶରେ ପିଲାମାନେ ନୈାକାବିହାର କରିଥିଲେ । କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ଏହି […]

KANIKA