ବଢୁଛି ବେଆଇନ ଇଟାଭାଟି ,


 

 

କେନ୍ଦ୍ରାପଡ଼ା ଜିଲା ବିଭିନ୍ନ ଅଞ୍ଚଳରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ ଫ୍ଲାଏ ଆଶ୍‌ ଇଟା ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। କ୍ରେତାମାନେ ଗାଡିରୁ ଅନ୍‌ଲୋଡ ପରେ ଇଟାକୁ ଗଣି ନେବାକୁ ବୁଦ୍ଧିଜୀବୀମାନେ ସଚେତନ କରାଇଛନ୍ତି।
ଏ ସମ୍ପର୍କରେ ଯୁବ ଶିଳ୍ପୋଦ୍ୟୋଗୀ  କହିଛନ୍ତି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ହୋଇପାରିବ ନାହିଁ। ଏଥିପାଇଁ ପାୱାର ଥର୍ମାଲ ପ୍ଲାଣ୍ଟରୁ ନିର୍ଗତ ସି ଗ୍ରେଡ ଫ୍ଲାଏ ଆଶ୍‌କୁ ଇଟାରେ ପରିଣତ କରିବାକୁ ରାଜ୍ୟ ସରକାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁନାହାନ୍ତି। ମାଟି ଇଟାଭାଟି ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଥିବା ବେଳେ ଯୁବ ଶିଳ୍ପୋଦ୍ୟୋଗୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଫ୍ଲାଏ ଆଶ୍‌ ଇଟା କାରଖାନାର ବ୍ୟାଙ୍କ ଋଣ ଶୁଝି ପାରୁ ନ ଥିବା ସେ କହିଛନ୍ତି।
ଟୁଟୁ ମିଶ୍ର କୁହନ୍ତି, ଇଟାଭାଟିର ଧୂଅଁ ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସ ରୋଗୀ ଏହାର ଧୂଅଁାରେ ଅଣନିଃଶ୍ୱାସୀ ହେଉଛନ୍ତି। ତେବେ ଏବେ ଏହି ପ୍ରକାର ଇଟାଭାଟି ବ୍ୟବସାୟ ବଢ଼ି ଚାଲିଛି। ଆମ ଅଞ୍ଚଳରେ ପ୍ରବାହିତ ନଦୀ ପଠା ଏମାନଙ୍କ ବ୍ୟବସାୟ ପାଇଁ ମୂଳଧନ ହୋଇଛି। ମାଟିଇଟାକୁ ଜିଲାର ବିଭିନ୍ନ ଅଞ୍ଚଳ ସହ କଟକ, ଭୁବନେଶ୍ୱର, ପାରାଦୀପ, କଳିଙ୍ଗନଗର ଆଦିକୁ ଚାଲାଣ ହେଉଛି। ସେହିପରି ଇଟାଭାଟି ନିର୍ମାତା ଶିଶୁ ଶ୍ରମିକ ସହ ବାହାର ରାଜ୍ୟର ଲୋକଙ୍କୁ ନିୟୋଜିତ କରୁଛନ୍ତି।
ସାମାଜିକ କର୍ମୀ ଅଲେଖ ଶର୍ମା କହିଛନ୍ତି, ନକଲି ଖାଦ୍ୟ, ସିମେଣ୍ଟ ପରି ଏବେ ପରିବହନରେ ହେରାଫେରି ବଢ଼ିଯାଇଛି। କୌଣସି କ୍ରେତା ଭାଟିରୁ ଇଟା ଆଣିବା ପାଇଁ ବ୍ୟବସାୟୀ ସହ ମୂଲଚାଲ କରି ଅର୍ଥ ପ୍ରଦାନ କରୁଛନ୍ତି। ତେବେ ନିର୍ଦ୍ଧାରିତ ଇଟା ପହଞ୍ଚତ୍ବା ପୂର୍ବରୁ ଗାଡି ଚାଳକ ସେଥିରୁ କିଛି କାଢ଼ି ଜାତୀୟ ରାଜପଥରେ କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରୁଛନ୍ତି। ଏହି ଚୋରି ରୋକିବା ପାଇଁ କ୍ରେତା ପରିବହନ ହୋଇଥିବା ସାମଗ୍ରୀର ଗଣତି କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ମାଟି ଇଟା ନିର୍ମାଣ ସମ୍ପର୍କରେ ଜଣେ ଭାଟି ମାଲିକ କହିଛନ୍ତି ଯେ, ମାଟି ଘର ବଦଳରେ ସମସ୍ତେ କୋଠା ଘରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଉଛନ୍ତି। ଜିଲାରେ ଫ୍ଲାଏ ଆଶ୍‌ ଶିଳ୍ପ କମ୍‌ ଥିବାରୁ ଏହାର ଚାହିଦା ପୂରଣ ପାଇଁ ମାଟି ଇଟାକୁ କ୍ରେତା ଆଗ୍ରହ ପ୍ରକାଶ କରୁଛନ୍ତି। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ମାଟି ଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ସେହିପରି ନଦୀ ପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ରେ ନିର୍ଦ୍ଦେଶ ହୋଇଛି। ମାଟି ଇଟା ନିର୍ମାଣ ସମୟରେ ପରିବେଶ ଉପରେ ପ୍ରଭାବ ପକାଉଥିବାରୁ ଏହା ବନ୍ଦ ରହିଛି। ଉପଜିଲାପାଳ ରବୀନ୍ଦ୍ରନାଥ ପରିଡାଙ୍କୁ ପଚାରିବାରେ ନଦୀପଠାରୁ ବେଆଇନ ଭାବେ ବାଲି ଚାଲାଣ ଓ ମାଟି ଇଟା ନିର୍ମାଣ ଉପରେ ରୋକ ଲଗାଯାଇଛି। ଏ ନେଇ ପ୍ରତ୍ୟେକ ତହସିଲସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Next Post

8-day long Baliyatra kicks off in Cuttack

Wed Nov 29 , 2023
Cuttack : The historic Baliyatra got off to a colorful start in Cuttack Monday evening. Finance Minister Bikram Keshari Arukha, in the presence of local MPs and MLAs, inaugurated the eight-day festival at Gadagadia Ghat on the bank of Mahanadi river, adjacent to the 10th-century Barabati Fort ruins. Spread over […]

KANIKA