ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ



ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡା ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ ଗୁରୁବାର ସମିତି ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତିର୍ମୟୀ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପଟ୍ଟାମୁଣ୍ଡାଇ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରି ସ୍ଥାନୀୟ ଅଂଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜନଆରୋଗ୍ୟ ସମିତିର ସମ୍ପାଦକ ତଥା ମେଡିକାଲ ଅଫିସର ଡା ପ୍ରଦୀପ କୁମାର ଚଂପତିି ବିଗତ ବର୍ଷର ଖର୍ଚ୍ଚ ବିବରଣୀ ପ୍ରଦାନ କରିବା ସହିତ ଚଳିତବର୍ଷ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ଅନୁଯାୟୀ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱ ।ସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିରାକାର ପରିଡା ,ପ୍ରଭାତ ରଞ୍ଜନ ଦାସ, ପ୍ରଶାନ୍ତ କୁମାର ଜେନା, ଶିକ୍ଷକ ନେତା ଅରକ୍ଷିତ ସାହୁ, ଗଙ୍ଗାରାମପୁର ପଂଚାୟତ ଉଚ୍ଚବିଦ୍ୟା ଳୟର ପ୍ରଧାନଶିକ୍ଷକ ଚିତରଞ୍ଜନ କବି, ଶିକ୍ଷାବିତ ବିଜୟ କୁମାର ଜେନା, ହରିହର ସାହୁ ଓ ଅଶୋକ ଜେନା ପ୍ରମୁଖ ଯୋଗ ଦେଇ ଆଲୋ ଚନାରେ ଅଂଶଗ୍ରହଣ କରିବା ସହିତ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading