
କେନ୍ଦ୍ରାପଡ଼ା ୩୦/୧୧:- କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଆଜି ଗୁରୁବାର ଦିନ ଅବସର ନେଇଛନ୍ତି । ସେ ରିଡର ଅଶୋକ ଦାସଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । ସେ ୨୦୨୨ମସିହା ୩୦ତାରିଖରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ ଯୋଗ ଦେବା ପରେ ସୈଖିକ ବାତାବରଣ ଫେରିଛି । ଏହା ପୂର୍ବରୁ ୨୦୧୧ ମସିହା ଫେବୃୟାରୀ କେନ୍ଦ୍ରାପଡା କଲେଜର ଆସୋସିଏଟ ପ୍ରଫେସର ଭାବରେ ଯୋଗଦେଇଥିଲେ । ୧୯୮୭ ମସିହା ମାର୍ଚ୍ଚ ମାସରେ ମାର୍ଶାଘାଇ କଲେଜର ଅଧ୍ୟାପକ ଭାବରେ ଚାକିରୀ ଆରମ୍ଭ କରି ଓଳାବର ଓ ଚାନ୍ଦୋଳ କଲେଜରେ ପ୍ରାଧ୍ୟାପକ ଭାବରେ ସୁଚାରୁରୁପେ କାର୍ଯ୍ୟ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ୧୪ଟି ବିଷୟରେ ପିଜି ପାଠ୍ୟକ୍ରମ ଖେଲାଯାଇଛି, ସ୍ଥାୟୀ ବିଶ୍ୱବିଦ୍ୟାଳୟ ସ୍ୱିକୃତି, ଗାନ୍ଧୀ ଭବନ, ନୂତନ ଛାତ୍ରୀ ନିବାସ, ଅଡିଟରିୟମ୍, କଲେଜ ପରିସରର ରାସ୍ତାର ଉନ୍ନତି କରଣ ପ୍ରଭୁତି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି । କଲେଜର ସମସ୍ତ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ବିଦାୟ କାଳିନ ସମ୍ବର୍ଦ୍ଧନା ଦେଇଥିଲେ ।











