ମୋ ସେବା କେନ୍ଦ୍ର, କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି ନେଇ ଆଲୋଚନା


ରାଜ୍ୟର ୩୦ଟି ଜିଲ୍ଲାରେ ଜନସାଧାରଣଙ୍କ ନିକଟରେ ଇନଟରନେଟ୍ ସେବା ପହଁଚାଇବା ପାଇଁ ସହଜ ଓ ସରଳ ଭାବରେ ରାଜ୍ୟ ସରକାରଙ୍କ ୫ଟି ଅଧିନରେ ମୋ ସେବା କେନ୍ଦ୍ର ପ୍ରତ୍ୟେକ ପଂଚାୟତରେ ଖୋଲିବା ପ୍ରୟାସ ଏବେ କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି । ସହଜ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାର ୯ଟି ବ୍ଲକରେ ଥିବା ୨୪୯ ପଂଚାୟତ, କେନ୍ଦ୍ରାପଡା ମୁନିସିପାଲିଟିର ୨୧ଟି ଓ୍ୟାର୍ଡ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ୨୦ଟି ଓ୍ୟାର୍ଡରେ ମୋଟ୍ ୨୮୧ଟି ମୋ ସେବା କେନ୍ଦ୍ର ସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ କରୁଅଛି । ଇତି ମଧ୍ୟରେ ମୋ ସେବା କେନ୍ଦ୍ରର ଭିଏଲଇମାନେ ଗଗୁଆର ଏକ ମଣ୍ଡପରେ ଏକତ୍ରିତ ହୋଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଇଟି ବିଭାଗ ଡିଜିଏମ୍ ଜ୍ଞାନ ରଂଜନ ସେଠୀ ଓ ସହଜ ପକ୍ଷରୁ ଦାୟୀତ୍ୱରେ ଥିବା ଡିଏମ୍ ହମଦ କୁମାର ପାତ୍ରଙ୍କୁ ଅତିଥି ଭାବରେ ଆମନ୍ତ୍ରୀତ କରି ଭିଭିନ୍ନ ସମସ୍ୟା ଉପରେ ଆଲୋକପାତ୍ କରିଥିଲେ ।


Next Post

ସମ୍ବିଧାନର ସୁରକ୍ଷା ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧବାର୍ଷିକ ପାଳନ

Wed Dec 6 , 2023
କେନ୍ଦ୍ରାପଡ଼ା,୦୬/୧୨: ଆଜି ସମ୍ବିଧାନର ମୁଖ୍ୟ ସ୍ଥପତି ତଥା ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଡକ୍ଟର ବି.ଆର ଆମ୍ବେଦକରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ କେନ୍ଦ୍ରାପଡା ବି.ଆର ଆମ୍ବେଦକର ବିଚାର ମଞ୍ଚ ଆନୁକୂଲ୍ୟରେ ବିଚାର ମଞ୍ଚ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ପୁରୁଣା ବସଷ୍ଟାଣ୍ଡ ଠାରେ ବାବା ସାହେବଙ୍କ ପ୍ରତିମୃର୍ତ୍ତୀ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଚାର ମଞ୍ଚ ତରଫରୁ ବିଶିଷ୍ଟ ବ୍ୟକ୍ତିମାନେ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ […]

KANIKA