
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମରେ ଏକ ଭଙ୍ଗା ଦଦରା ଝାଟି ମାଟି ଘରେ ପଲିଥିନ ପକାଇ ଅତ୍ୟନ୍ତ ଅସହାୟ ଭାବେ କାଳାତିପାତ କରୁଛନ୍ତି ପକ୍ଷାଘାତ ରୋଗରେ ପୀଡିତା ଗରିବ ଅସହାୟା ବୃଦ୍ଧା ମହିଳା ସରୋଜିନୀ ମହାନ୍ତି । ସେ ଚଳପ୍ରଚଳ କରିପାରୁନଥିବାବେଳେ ତାଙ୍କ ସହିତ ରହୁଛନ୍ତି ଏକ ଜାଡ଼ି ଝିଅ ଓ ଏଭଳି ଦୟନୀୟ ପରିବାର ସମ୍ପର୍କରେ ଖବର ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ସାମୟିକ ସହାୟତା କରିବା ସହିତ ଏକ ପକ୍କା ଘର ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ବିଧାୟକ ତାଙ୍କ ପ୍ରତିଶୃତି ରକ୍ଷା କରି ଗତ ୪ ତାରିଖରେ ତାଙ୍କ ବାସଭବନକୁ ଯାଇ ଅବସ୍ଥା ଅନୁଧ୍ୟାନ କରିବା ସହିତ ଏକ ପକ୍କା ଘର ନିର୍ମାଣ ପାଇଁ ଶୁଭ ଦେବା ସହିତ ଘର ନିର୍ମାଣ ପାଇଁ ବ୍ୟକ୍ତିଗତ ପାଣ୍ଠିରୁ ୧ଲକ୍ଷ ୫୦ହଜାର ଟଙ୍କା ସରୋଜିନୀ ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ବିଧାୟକଙ୍କ ସହିତ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ପୂର୍ବତନ ସରପଂଚ ସନ୍ତୋଷ ଦାସ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ପଂଚାୟତ ଯୁବବିଜେଡି ସଭାପତି ଅରୁଣ ଉଦୟ ପତି, ଦୁର୍ଯ୍ୟୋଧନ ଜେନା, ରମେଶ ଥାଟୋଇ, ଅଜୟ ଜେନା, କୈଳାଶ ପତି, ପ୍ରକାଶ ଜେନା, ଦାଶରଥି ପଣ୍ଡା, ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଘର ଶୁଭ ଦାନ ଉତ୍ସବରେ ଯୋଗ ଦେଇଥିଲେ । କଥା ଦେଇ ବିଧାୟକ କଥା ରଖିଥିବାରୁ ସ୍ଥାନୀୟ ଅଂଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।











