ଗଣତନ୍ତ୍ରର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ


ଗଣତାନ୍ତ୍ରିକ ଭାରତ ଦେଶରେ ସମ୍ବିଧାନର ଗୁରୁତ୍ୱ ଅଧିକ । ଏହା ମୁତାବକ ସୁଶାସନ ଆସିପାରିବ । ଏହାର ସୁରକ୍ଷାରେ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତ ଦେଇଛନ୍ତି । ବାବାସାହେବ ସ୍ମୃତି ପରିଷଦ ଓ କେନ୍ଦ୍ରାପଡା ଜିଲା ବାବାସାହେବ ଷ୍ଟାଚ୍ୟୁ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଥିଲା । କମିଟି ସଭାପତି ସୁଧିର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିପାଇଁ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିଲେ । ଏଠାରେ ମୁଖ୍ୟଅତିଥି ବେହେରା କହିଥିଲେଯେ ବାବାସାହେବ ସର୍ବଦା ଉଚ୍ଚ କୋଟିର ଚିନ୍ତାଧାରା ପ୍ରଦର୍ଶନ କରୁଥିଲେ । ସମାଜରେ ଶିକ୍ଷାର ଆବଶ୍ୟକତାକୁ ଗରୁତ୍ୱ ଦେବା ସହିତ ସାମାଜିକ ଚଳଣୀକୁ ସହଜ ପାଇଁ ୍ରହରହ ପ୍ରଚେଷ୍ଟା ଜାରି ରଖିଥିଲେ । ସମ୍ବିଧାନ ପ୍ରଣୟନ କମିଟିର ଚେୟାରମ୍ୟାନ ଭାବେ ସମାଜରେ ସମାନତା ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରି ଯାଇଛନ୍ତି । ସମ୍ବିଧାନର ସୁରକ୍ଷା ଅର୍ଥ ଗଣତନ୍ତ୍ରର ସୁରକ୍ଷା ବୋଲି ମୁଖ୍ୟଅତିଥି ବେହେରା ମତ ରଖିଥିଲେ । ଏହି ସଭାରେ ପୌରାଧ୍ୟକ୍ଷା ସରିତା ସାହୁ, ଜିଲା ବାର କାଉନସିଲ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ପୂର୍ବତନ ସଭାପତି ଦେବଦାସ ମହାନ୍ତି, ବିଜେଡି ନଗର ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମହାପାଳନ ଦିବସ ଅବସରରେ ତିନିମୁହାଣୀସ୍ଥ ଗାନ୍ଧୀ ସ୍ମୃତିପୀଠ ଠାରୁ ସହର ମଧ୍ୟରେ ଏକ ରାଲିରେ ଆସି ଟାଉନ ହାଇସ୍କୁଲ ଖେଳ ପଡିଆ ନିକଟସ୍ଥ ପାର୍କରେ ଥିବା ବାବାସାହବଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମୃତି କମିଟିର କର୍ମକର୍ତାମାନେ ପରିଚାଳନା କରିଥିଲେ ।


Next Post

ପାନୀୟଜଳ ଯୋଗାଣ ଏକକ ଦକ୍ଷତା ବିକାଶ ତାଲିମ ଚୟନ

Fri Dec 8 , 2023
ପଟ୍ଟାମୁଣ୍ଡାଇ ତା ୭/୧୨-ରାଜ୍ୟ ସରକାର ମେଗା ପାନୀୟଜଳ ପ୍ରକଳ୍ପ ମାନଙ୍କରେ ତାଲିମପ୍ରାପ୍ତ ଟେକ୍ନିସିଆନ ନିଯୁକ୍ତି ପାଇଁ  ଓରମାସ,, ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଏବଂ ବସୁଧା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଏକକ ଦକ୍ଷତା ବିକାଶ ତାଲିମ ପାଇଁ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ […]

KANIKA