ପଟ୍ଟାମୁଣ୍ଡାଇରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଶ୍ୱମାନବାଧିକାର ଦିବସ ପାଳିତ


ମାନବ ଅଧିକାରର ସୁରକ୍ଷା ନିମନ୍ତେ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ୱୀକୃତି ପାଇଥିଲା । ବିଶ୍ୱର ବହୁଦେଶ ଏହି ଐତିହାସିକ ଦିବସଟିକୁ ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରି ଆସୁଛନ୍ତି । ଆଜି ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ କୋଟ୍ କକ୍ଷରେ ୭୬ ତମ ମାନବାଧିକାର ଦିବସ ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ମୋନାଲିଶା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ମାନବୀୟ ମୂଲ୍‌୍ୟବୋଧ ଓ ବିଭିନ୍ନ ଦିଗ ଓ ମାର୍ଗଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର ଅଛି । ଏହି କର୍ମଶାଳାରେ ବାର ଆସୋସିଏସନ ସଭାପତି ତପନ ମିଶ୍ର, ବରିଷ୍ଠ ଆଇନଜୀବୀ ଭିମସେନ ପ୍ରଧାନ, ଆଇନଜିବୀ ଭବାନୀ ଶଙ୍କର ପଣ୍ଡା, ବିଦ୍ୟାଧର ଦାଶ,ବିଜ୍ଞାନ ଜେନା, ପିଏଲଭି ପ୍ରଫୁଲ୍ଲ ଦାଶ, ଧବଳେଶ୍ୱର ଖଣ୍ଡାଇ ପ୍ରମୁଖ ଯୋଗ ଦେଇ ମାନବାଧିକାର ଓ ତାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଆଇନସହାୟତା ରିଟେନର ଜିତେନ୍ଦ୍ର ନନ୍ଦି ଧନ୍ୟବାଦ ଦେଇଥିଲେ ।


Next Post

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

Mon Dec 11 , 2023
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ସହଯୋଗରେ ଆଜି ପୁରୁଣା ମୁଖ୍ୟ ଡାକ୍ତରଖାନା ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ୧୨.୩୦ ସମୟରେ ଏହି ପ୍ରତିଯୋଗିତା ଶେଷ ହୋଇଥିଲା । ୧୮୦ରୁ ଉର୍ଦ୍ଧ୍ୱ ଚିତ୍ରଶିଳ୍ପୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । […]

KANIKA