କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଘଟଣାକୁ ନେଇ ବହୁ ଶିକ୍ଷାବିତ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଏହି ଘଟଣାରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମିଶ୍ରଙ୍କୁ କଲେଜ ପରିସରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ କେତେକ ଅସାମାଜିକ ବ୍ୟକ୍ତି ପଶି କଲେଜ ଅଧ୍ୟକ୍ଷ ନିଯୁକ୍ତି ସଂକ୍ରାନ୍ତୀୟ ହାଇକୋର୍ଟରେ ବିଚାରାଧୀନ ଥିବା […]
Day: 16 December 2023
କେନ୍ଦ୍ରାପଡ଼ା, ୧୬ା୧୨ : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସହଭାଗିତାରେ ଆୟୋଜିତ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏହାକୁ ଉଦ୍ଘାଟନ କରି କହିଛନ୍ତି “ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀ ଓ ଚିତ୍ରପ୍ରେମୀଙ୍କ ଭିତରେ ଚିତ୍ରକଳା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସୃଜନର କାନଭାସ୍ରେ ନୂଆ ଚିତ୍ର […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ରବି ନାରାୟଣ ନାୟକ ଓ ବାବୁଲାଲ କର ତାଲିମଦାତା ଭାବେ ଯୋଗ ଦେଇ ବିଭିନ୍ନ ବିପର୍ଯୟ ସମୟରେ ଲୋକମାନଙ୍କୁ ସତର୍କ କରିବା […]
ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲମୁନି କମିଟି ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରିଥିଲେ । ନିର୍ମାଣାଧୀନ କଲେଜ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବା ବୈଠକ ଦାବୀ କରାଯାଇଥିଲା । ଆସନ୍ତା ଜାନୁଆରୀ ୨୪ତାରିଖରେ କଲେଜ ଆଲମୁନି କମିଟିର ସାଧାରଣ ବୈଠକ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । […]
ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଜେବି ସ୍ୱୟଂ ଶାସିତ କଲେଜ ସହକାରୀ ପ୍ରଫେସର ବିଭାବରୀ ବଳ ବିଷୟ ବିଶାରଦ ଭାବେ ଯୋଗ ଦେଇ ନୂତନ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ସ୍ୱାଗତଭାଷଣ ଓ କଲେଜ […]
୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ ପ୍ରାକ୍ତନ ଆଇଏଏସ ଭି କେ ପାଣ୍ଡିଆନ ବିଜେଡି ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇ ଗସ୍ତରେ ଆସୁଥିବାରୁ ତାଙ୍କ ଗସ୍ତ ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ବହନ କରୁଛି । ଏଥି ପାଇଁ ଜିଲ୍ଲା ଠାରୁ ସ୍ଥାନୀୟ ପ୍ରଶାସନ ଓ ବିଜେଡି କର୍ମକର୍ତାମାନେ ଚଳଚଂଚଳ ହୋଇ ପଡିଥିବାବେଳେ ସାଧାରଣରେ ଗସ୍ତକୁ […]
କେନ୍ଦ୍ରାପଡା, ୧୬/୧୨: ବିଶ୍ୱ ପେନସନ ଦିବସ ଉପଲକ୍ଷେ ଚଳିତ ବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖା ତରଫରୁ ଆଜି ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ପେନସନ ଉପଭୋକ୍ତାମାନଙ୍କର ସମ୍ମିଳନୀ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଭାପତିତ୍ୱରେ ପାରାଦ୍ୱୀପର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ(ଆର୍.ବି.ଓ) କ୍ଷେତ୍ରୀୟ ପ୍ରବନ୍ଧକ ଦେବାଶିଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ […]
ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଘଟଣାରେ ଅଧିକ ତଦନ୍ତ ଚଲାଇ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। । ସୂଚନାଯୋଗ୍ୟ ଯେ […]
