କେନ୍ଦ୍ରାପଡାରେ ଜାତୀୟ ପେନସନ୍ ଦିବସ ପାଳିତ


କେନ୍ଦ୍ରାପଡା, ୧୬/୧୨: ବିଶ୍ୱ ପେନସନ ଦିବସ ଉପଲକ୍ଷେ ଚଳିତ ବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖା ତରଫରୁ ଆଜି ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ପେନସନ ଉପଭୋକ୍ତାମାନଙ୍କର ସମ୍ମିଳନୀ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଭାପତିତ୍ୱରେ ପାରାଦ୍ୱୀପର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ(ଆର୍‌.ବି.ଓ) କ୍ଷେତ୍ରୀୟ ପ୍ରବନ୍ଧକ ଦେବାଶିଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦ୍ୱୀପର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ(ଆର୍‌.ବି.ଓ)ର ମୁଖ୍ୟ ପ୍ରବନ୍ଧକ ମାନସ ରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ପିତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁ ଓ କରୁଣାକର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ପେନସନଧାରୀମାନଙ୍କର ସୁବିଧା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ସଂଘର ସଭାପତି ପିତାମ୍ବର ଦାସ ପେନସନ୍‌ଧାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଜେନା ବିଗତ ବର୍ଷ ବୈଠକର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ମେଡିକାଲ ରୋଡ୍‌ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ, ମୁଖ୍ୟ ପ୍ରବନ୍ଧକ ମାନସ ରଞ୍ଜନ ମିଶ୍ର, ବରିଷ୍ଠ ସହାୟିକା ସୁଶ୍ରୀ ଅପର୍ଣ୍ଣା ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ ବରିଷ୍ଠ ସଦସ୍ୟ ଗୋକୁଳାନନ୍ଦ ମହାନ୍ତି ଓ ବ୍ରଜ କିଶୋର ଜେନାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପେନସନ୍‌ଧାରୀମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ । ଏହି ସମସ୍ୟା ଗୁଡିକ ମଧ୍ୟରେ ବ୍ୟାଙ୍କ ପରିସରରେ ପାକିଂ ସୁବିଧା, ମେଡିକାଲ ସୁବିଧା, ସ୍ୱତନ୍ତ୍ର ଭାବେ ପେନସନଧାରୀଙ୍କ କାଉଣ୍ଟର ବ୍ୟାବସ୍ଥା, ସ୍ଥାୟୀ ଗୃହ, ବର୍ଦ୍ଧିତ ପେନସନ ୮୦ବର୍ଷରୁ କମ କରି ୬୫ବର୍ଷକୁ କରିବା ଇଦ୍ୟାଦି । ଏହି ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଠାକରିବେ ବୋଲି ଆର୍‌.ବି.ଓର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ରଥ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ଶତାଧିକ ପେନସନ୍‌ଧାରୀମାନେ ଯୋଗ ଦେଇଥିଲେ । ପ୍ରଥମେ କେନ୍ଦ୍ରାପଡା ଏସ୍‌.ବି.ଆଇ ଉପଶାଖାର ପ୍ରବନ୍ଧକ ସୁରେଶ ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପପ୍ରବନ୍ଧକ ରିନାରାଣୀ ନାୟକ ଶେଷରେ ଧନ୍ୟବାଦ ଦେଇଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜଗନ୍ନାଥ ପଣ୍ଡା, ରାମେଶ୍ୱର ନାୟକ, ହିମାଂଶୁ ଶେଖର ଦାଶ, ଗଣେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଜାତୀୟ ପେନସନ୍ ଦିବସ ଡିସେମ୍ବର ୧୭ ତାରିଖ ରବିବାର ପଡୁଥିବାରୁ ୧୬ ତାରିଖ ଅପରାହ୍ନରେ ପାଳିତ କରାଯାଇଛି ବୋଲି କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading