ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ


ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ରବି ନାରାୟଣ ନାୟକ ଓ ବାବୁଲାଲ କର ତାଲିମଦାତା ଭାବେ ଯୋଗ ଦେଇ ବିଭିନ୍ନ ବିପର୍ଯୟ ସମୟରେ ଲୋକମାନଙ୍କୁ ସତର୍କ କରିବା ଓ ସୁରକ୍ଷିତ ଭାବେ ଉଦ୍ଧାର କରିବା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ମକ ଡ୍ରିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନଟବର ସୂତାର,ଗୌତମ ବେହେରା,ତାପସ ରାଉତ, ସତ୍ୟଜିତ ବେହେରା, ଅଧ୍ୟାପିକା ସୋନାଲି ନାୟକ ଏବଂ କାଳନ୍ଦୀ ମଳିକ ପରିଚାଳନା କରିଥିଲେ ।


Next Post

ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Sat Dec 16 , 2023
କେନ୍ଦ୍ରାପଡ଼ା, ୧୬ା୧୨ : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସହଭାଗିତାରେ ଆୟୋଜିତ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏହାକୁ ଉଦ୍‌ଘାଟନ କରି କହିଛନ୍ତି “ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀ ଓ ଚିତ୍ରପ୍ରେମୀଙ୍କ ଭିତରେ ଚିତ୍ରକଳା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସୃଜନର କାନଭାସ୍‌ରେ ନୂଆ ଚିତ୍ର […]

KANIKA