
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକେୟାନ ପାଣ୍ଡିଆନଙ୍କୁ ପଟ୍ଟାମୁଣ୍ଡାଇ ଭାଜପା ବିରୋଧ କରିବା ସହ ନାରାବାଜି କରିଛନ୍ତି । କାର୍ତିକେୟାନ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ସଭା ମଂଚରେ ପହଂଚିବା ପୂର୍ବର ଭାଜପା ପକ୍ଷରୁ କର୍ମୀମାନେ ଜବାବ ମାଗୁଛି ଓଡିଶା ଏକ କଳା ବ୍ୟାନର ଲେଖା ଯାଇଥିବା ଓଡିଶାର ଶିକ୍ଷିତ ଯୁବତୀ ଯୁବକକୁ ବେକାର କରିଛି କିଏ, ମନ୍ତ୍ରୀ ନବ ଦାସ ହତ୍ୟାକାରୀ ପଛରେ କିଏ, ମମତା ମେହେର ହତ୍ୟା କାରୀଙ୍କୁ ଘଂଟ ଘୋଡାଉଛି କିଏ, ଗରିବ ଓଡିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ରତ୍ନ ଭଣ୍ଡାର ଲୁଟିଛି କିଏ, ଓଡିଶାକୁ ଲୁଟୁଥିବା ତାମିଲ ଠିକାଦାରଙ୍କ ପଛରେ କିଏ, ଓଡିଶାର ଖଣିଜ ସମ୍ପତି ଲୁଟୁଛି କିଏ ବୋଲି ଲେଖାଥିବା ବ୍ୟାନର ଧରି ସଭା ମଂଚର ଅନତି ଦୂରରେ ରହି ପାଣ୍ଡିଆନଙ୍କୁ କଳା ପତାକା ଦେଖାଇବାକୁ ଉଦ୍ୟମ କରିବା ସହ ‘ଗୋ ବ୍ୟାକ’ ନାରା ଦେଉଥିବା ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି ପୋଲିସ ଫଉଜ ସହ ଘଟଣାସ୍ଥଳରେ ପହଂଚି ବିଜେପି କର୍ମୀମାନଙ୍କୁ ଘଉଡ଼ାଇ ଦେବା ପରେ ପାଣ୍ଡିଆନଙ୍କ ସଭା ସ୍ୱାଭାବିକ ଭାବେ ଅନୁଷ୍ଠିତ ହୋଇଥିଲା ।











