ଭି କେ ପାଣ୍ଡିଆନଙ୍କ ଗ୍ରସ୍ତ ପାଇଁ ପୂର୍ତ ବିଭାଗର ମନେ ପଡିଲା ରାସ୍ତା ମରାମତି : କେରଡାଗଡ-ଗୋପାଳପୁର ରାସ୍ତା ବିଭାଗ ପାଇଁ ଲେଉଟିଆ କିଆରୀ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଗୋପାଳପୁର ପୂର୍ତ ବିଭାଗ ରାସ୍ତା ବିଭାଗ ପାଇଁ ଲେଉଟିଆ କିଆରୀ ପାଲଟିଥିବା ଅଭିଯୋଗ ହେଉଛି । ସାନବଡଗୋପାଳପୁର ବଜାରଠାରୁ କେରଡାଗଡ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତାରେ ଅନେକ ସ୍ଥାନରେ ପିଚୁ ଉଠିଯିବା ସହ ରାସ୍ତା ଦବି ଯାଇଛି । ଏହି ରାସ୍ତାରେ ଗାଢ ସୃଷ୍ଟି ହୋଇ ବାଇକ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ରାସ୍ତାର ଦୁଇପାଶ୍ୱର୍ରେ ଘାସ ଓ ଲତା ପିଚୁ ପର୍ଯ୍ୟନ୍ତ ମାଡି ଯାଇଥିଲା । ଗତ ମାର୍ଚ୍ଚ ମାସରେ ଏହାର ମରାମତି କରାଯାଇଥିଲେ ମଧ୍ୟ ଯଥା ପୂର୍ବ ତଥା ପର ଅବସ୍ଥା ଦେଖିବାକୁ ମିଳିଥିଲା ।  ସୋମବାର ଦିନ ରାଜନଗର ବ୍ଲକକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ରାଜ୍ୟ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କେରଡାଗଡ ଗ୍ରସ୍ତରେ ଆସୁଥିବା ନେଇ ପୂର୍ତ ବିଭାଗ ତରବରିଆ ଭାବରେ ଗାଢଗୁଡିକୁ କ୍ରସରଗୁଣ୍ଡ ପକାଇ ପୋତିଦେବା ସହ ରାସ୍ତା ଉଭୟ ପାଶ୍ୱର୍ରେ ଘାସ ଓ ଲତା ସଫା କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ରାସ୍ତା ଉପରେ ସାନବଡଗୋପାଳପୁର, ବାଲିସାହିପାଟଣା, କେରଡାଗଡ, ରାଜପୁର, ଓସ୍ତିଆ. ବେଲପାଳ ପଚାଂୟତର ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ଲୋକ ବ୍‌ଲକ ସଦର ମହକୁମା ସହ ବାହାରକୁ ଯିବା ଆସିବା କରିଥାନ୍ତି । ଦୀର୍ଘ ୮ମାସ ହେବ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ରବିବାର ଦିନ ହଠାତ୍ କ୍ରସରଗୁଣ୍ଡ ପକାଇବା ଓ ଘାସ ଲତା ସଫା କଲେ କାହିଁକି ? ସ୍ଥାନୀୟ ଲୋକେ ବାରମ୍ବାର ରାସ୍ତା ମରାମତି ପାଇଁ ଦାବୀ କରୁଥିଲେ ମଧ୍ୟ ସେମାନଙ୍କୁ ଉପେକ୍ଷା କରାଗଲା ବେଳେ ପାଣ୍ଡିଆନଙ୍କ ଗ୍ରସ୍ତ ପୂର୍ବରୁ ରାସ୍ତା ମରାମତି ଓ ସଫେଇକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବର୍ଷକ ତ ଦୂରର କଥା , ଆଠମାସ ମଧ୍ୟରେ ଦୁଇଥର ମରାମତି ହେବା ଘଟଣା ବିଭାଗ ପାଇଁ ଲେଉଟିଆ କିଆରୀ ପାଲଟିଛି ବୋଲି ଅଭିଯୋଗ ହେଉଛି ।


Next Post

ମୁଖ୍ୟମନ୍ତ୍ରୀ କଥା କମ କହନ୍ତି ବେଶି କାମ କରନ୍ତି : ପାଣ୍ଡିଆନ

Tue Dec 19 , 2023
ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କହନ୍ତି କାମ ବେଶି କରନ୍ତି । ଆମ୍ଭେମାନେ ତାଙ୍କର ଶିଷ୍ୟ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକମାନଙ୍କ ପାଇଁ ଭଲ କାମ କରିବା , ସାଧାରଣ ଲୋକଟି ମୁହଁରେ ହସ ଫୁଟାଇବା ବୋଲି ରାଜ୍ୟ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି । ରାଜନଗର ବ୍ଲକ କେରଡାଗଡଠାରେ ଏକସାଧାରଣ ସଭାରେ ଯୋଗଦେଇ ସେ କହିଛନ୍ତି । ସୋମବାର ଅପରାହ୍ନରେ ହେଲିପ୍ୟାଡ ଯୋଗେ କେରଡାଗଡ […]

KANIKA