ଓଡିଶା ରୂପାନ୍ତକରଣରେ ଗଠିତ ହେବାକୁ ଯାଉଥିବା ନବୀନ ଓଡିଶାର ଯୁବଛାତ୍ରମାନେ ସାରଥୀ ବୋଲି ରାଜ୍ୟ ସରକାରଙ୍କ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ଡିଗ୍ରୀ କଲେଜ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ବଡ଼ପଡା ଡିଗ୍ରୀ କଲେଜ ଅଧକ୍ଷ ରମାକାନ୍ତ ଆଚାର୍ଯ୍ୟ ଙ୍କ […]
Day: 20 December 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାମାଜିକ କଲ୍ୟାଣ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଯୁବବର୍ଗଙ୍କୁ ସଚେତନତା କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ନୂଆ-ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ଓ ସମାଜକଲ୍ୟାଣ +୩ ନୋଡାଲ ଅଫିସର […]
କେନ୍ଦ୍ରାପଡ଼ା, ୨୦ା୧୨ : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୂଲ ଇସଲାମ୍ର ୨୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ମଦ୍ରାସାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଚ୍ଚାଡିଆଁ, ଲମ୍ବଡିଆଁ, ଏକଶହ, ଦୁଇଶହ ଓ ଚାରିଶହ ମିଟର ଦୈାଡ, ଗଣିତ ଦୈାଡ,ଜିଲାପି ଡିଆଁ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ମଦ୍ରାସାର ଅଧ୍ୟକ୍ଷ ମହମ୍ମଦ ଜାହାଙ୍ଗିରଙ୍କ […]
କେନ୍ଦ୍ରାପଡ଼ା, ୨୦/୧୨: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିରୂପା ମହାବିଦ୍ୟାଳୟରେ “ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଦୁଇଦିନିଆ କ୍ରୀଡ଼ା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । କଲେଜ୍ର ଅଧ୍ୟକ୍ଷ ପ୍ରଫେସର୍ ଅଭିଜିତ ବୋଷଙ୍କ ପୌରହିତ୍ୟରେ ଆୟୋଜିତ ଏହାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସୂଚନା ଓ ଲୋକ ସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ […]
କେନ୍ଦ୍ରାପଡ଼ା,୨୦ା୧୨ : ଆସନ୍ତା ୨୩ତାରିଖରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଏସପିଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟ ସାଇବିହାରରେ ନବ ନିର୍ମିତ ଶିରିଡି ସାଇ ମନ୍ଦିରର ଉଦଘାଟନ ଉତ୍ସବ ମହାସମାରୋହରେ ଶ୍ରୀ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଗୁରୁଜୀ ଡଃ. ଚନ୍ଦ୍ରଭାନୁ ଶତପଥୀଙ୍କ କର କମଳରେ ଏହି ଶିରିଡି ସାଇ ମନ୍ଦିରର ଉଦଘାଟନ ସହିତ ଶ୍ରୀସାଇନାଥଙ୍କ ଭବ୍ୟ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ […]
କେନ୍ଦ୍ରାପଡା,୨୦/୧୨ – ବିଶିଷ୍ଟ ଜନନେତା ବିଜୟ ମହାପାତ୍ରଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧ଲକ୍ଷ୨୫ହଜାର ଟଙ୍କାର ଘରପୋଡ଼ି ସହାୟତାକୁ ଆଜି ଶ୍ରୀମହାପାତ୍ର ଜିଲ୍ଲା ରେଡ଼କ୍ରସକୁ ପ୍ରଦାନ କରିଛନ୍ତି । ଶ୍ରୀମହାପାତ୍ର ସଂଧ୍ୟାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରିବା ସହ ଏହାକୁ ଅସହାୟ ତଥା ପ୍ରପୀଡ଼ିତ ଲୋକଙ୍କ କାମରେ ଉପଯୋଗ କରିବା ସକାଶେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । […]
କେନ୍ଦ୍ରାପଡ଼ା, ୨୦/୧୨:ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏସ୍ଆର୍ଏ ପ୍ରଦୀପ କୁମାର ଦାସ, ଜେଆର୍ଏ ଜୟଶ୍ରୀ […]
କେନ୍ଦ୍ରାପଡ଼ା, ୨୦ା୧୨: ଇଣ୍ଡିଆ ମେଣ୍ଟର କଂଗ୍ରେସ, ସିପିଆଇଏମ୍, ସିପିଆଇ ଓ ଆମ୍ ଆଦମୀ ପାର୍ଟିର ଏକ ମିଳିତ କର୍ମୀ ସମ୍ମିଳନୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ କଂଗ୍ରେସ ଭବନ କଜଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନମତେ ଚାରିଗୋଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି । ସେଗୁଡିକ ହେଲା, କେନ୍ଦ୍ର ମୋଦୀ ସରକାରର ଦୂରାଚା. ସ୍ୱେଚ୍ଛାଚାର ଓ ଭ୍ରଷ୍ଟାଚାର ବିରୋଧରେ ମେଣ୍ଟ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବ […]
ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।. ଏଥିରେ ଓଡିଶା ଜାଗା ମିଶନ ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଯୋଗ ଦେଇ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କ ଜାଗା ମିଶନ ଜରିଆରେ ପଟ୍ଟା ଯୋଗାଇ ଦେବା ପାଇଁ ହୋଇଥିବା ସରକାରୀ ନିଷ୍ପତି କେତେଦୂର କାର୍ଯ୍ୟକାରୀ ହୋଇଛି ଓ କେତେ ଲୋକ ପଟ୍ଟା ପାଇବାକୁ ବାକି ଅଛନ୍ତି ସେ ସମ୍ପର୍କରେ ସମୀକ୍ଷା […]
ପଟ୍ଟାମୁଣ୍ଡାଇ ଗୌରବମୟ କଳା ସଂସ୍କୃତି ଓଡିଶାକୁ ବିଶ୍ୱ ବିଜୟୀ କରିଛି ବୋଲି ଆଜି ଓଡିଶା ସଂସ୍କୃତି ଓ କଳା ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି । ଓଡିଶା ସଂସ୍କୃତି ଓ କଳା ପରିଷଦ ରାଜ୍ୟ ସଭାପତି ଲଷ୍ମୀଧର ସାହୁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଠାରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଖଡିଅଂଟା ପଂଚାୟତ ସରକାରି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୪୭ ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତୀ ପାଇଁ ବିଦ୍ୟାଳୟରେ ଶିକ୍ଷକ ଘରେ ଅଭିଭାବକ ମାନଙ୍କର ପିଲାଙ୍କ ପ୍ରତି ଲକ୍ଷ୍ୟ […]










