
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଖଡିଅଂଟା ପଂଚାୟତ ସରକାରି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୪୭ ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତୀ ପାଇଁ ବିଦ୍ୟାଳୟରେ ଶିକ୍ଷକ ଘରେ ଅଭିଭାବକ ମାନଙ୍କର ପିଲାଙ୍କ ପ୍ରତି ଲକ୍ଷ୍ୟ ରହିଲେ ଭଲ ଛାତ୍ରୀଛାତ୍ର ଗଠନ ସମ୍ଭବ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ୧୭ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରଞନ ବିଶ୍ୱଳ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରୈଲକ ମିଶ୍ର, କଷଣଅଂଟା ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସଚିତ୍ର ବେହେରା ଓ କଷଣଅଂଟା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଜେନା ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କର ଶିକ୍ଷା ସହ କଳାତ୍ମକ ଗୁଣ ବିକାଶକୁ ଗୁଣାତ୍ମକ କରିବା ଦିଗରେ ଆଲୋକ ପାତ କରିଥିଲେ ।
ମୋ ବିଦ୍ୟାଳୟ ସଭାପତି ପ୍ରବୀର ନାୟକ, ସଂପାଦକ ସଚ୍ଚି ରାଉତ, କଳାକାର ପ୍ରଧାନ, ମଳୟ ଜେନା ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ମାଧ୍ୟମରେ ପିଲା ମାନଙ୍କୁ ଉତ୍ସାହିତ କରିବା ସହ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରୈଲକ ମିଶ୍ରଙ୍କୁ ଅବସରକାଳିନ ଶମ୍ବୋଦ୍ଧନା କରାଯାଇଥିଲା । ସଭା ଆରମ୍ଭରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମୁଖ୍ୟ ଅତିଥି ଉପସ୍ଥିତ ଅତିଥି ମାନଙ୍କ ସହ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ,ଧୂପ, ନୈବେଦ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ଛାତ୍ର ମଳୟ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ପଠନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ଶିକ୍ଷୟତ୍ରୀମାନେ ଛାତ୍ରୀଛାତ୍ର ମାନଙ୍କୁ ଉତମ ନିର୍ଦ୍ଦେଶନା ତାଲିମ କ୍ରମେ ପରୀ ଗୀତନାଟ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଥିଲେ । ଉକ୍ତ ବାର୍ଷିକ ଉତ୍ସବକୁ ସାକାର କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ ସହକର୍ମୀ, ଛାତ୍ରୀଛାତ୍ର ଓ ଗ୍ରାମ ବାସୀ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିଲେ । ସମସ୍ତ ଛାତ୍ରୀଛାତ୍ର ଓ ଅତିଥି ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥଲା । ସ୍କୁଲର ପୁରାତନ ଛାତ୍ର ଅକ୍ଷୟ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ପ୍ରେମାନନ୍ଦ ମଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।











