ବଡପଡା କଲେଜରେ ନୂଆ-ଓ କାର୍ଯ୍ୟକ୍ରମ , ଯୁବଛାତ୍ରମାନେ ନବୀନ ଓଡିଶାର ସାରଥୀ :ଧ୍ରୁବ ସାହୁ


ଓଡିଶା ରୂପାନ୍ତକରଣରେ ଗଠିତ ହେବାକୁ ଯାଉଥିବା ନବୀନ ଓଡିଶାର ଯୁବଛାତ୍ରମାନେ ସାରଥୀ ବୋଲି ରାଜ୍ୟ ସରକାରଙ୍କ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ଡିଗ୍ରୀ କଲେଜ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।  ଏହି ଉପଲକ୍ଷେ ବଡ଼ପଡା ଡିଗ୍ରୀ କଲେଜ  ଅଧକ୍ଷ ରମାକାନ୍ତ ଆଚାର୍ଯ୍ୟ  ଙ୍କ ପୌରହିତ୍ୟ ଓ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ  ଉତ୍ସବରେ ରାଜନଗର ବିଧାୟକ ଶ୍ରୀ ସାହୁ  ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ନୂଆ ଓଡିଶା ଗଠନ ସମ୍ଭବ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଆମ ଅଂଚଳର ପ୍ରତିଭାବାନ ଯୁବଛାତ୍ର ମାନେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭାର ବିକାଶ କରି ସଶକ୍ତ ସମୃଦ୍ଧ ବିକଶିତ ଓଡିଶା ଓ ଆଞ୍ଚଳିକ ବିକାଶର ସୂତ୍ରଧର ହେବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ ପିଲାମାନେ ରହିଥିଲେ ମଧ୍ୟ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ହୋଇପାରୁନାହିଁ । ସାମ୍ପ୍ରତିକ ପ୍ରତିଯୋଗିତା ମୂଳକ ଦୁନିଆରେ ଯୁବଶକ୍ତି ବିଭିନ୍ନ କ୍ଷେତ୍ରରେ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇ ସମସ୍ତ ଆହ୍ୱାନକୁ ସାମନା କରିବାକୁ ରାଜ୍ୟ ସରକାର ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଯୁବଛାତ୍ରମାନେ ଏହି ଯୋଜନା ମାଧ୍ୟମରେ ନିଜକୁ ସଶକ୍ତ କରିବା ସହିତ ସଶକ୍ତ  ନୂଆ ଓଡିଶା ଗଠନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ, ବଡ଼ମୋହନପୁର ସରପଞ୍ଚ ପ୍ରତିନିଧି ରାମ ଚନ୍ଦ୍ର ରାଉତ, ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ବଡପଡା ପଂଚାୟତ ପୂର୍ବତନ ସରପଞ୍ଚ କୈଳାଶ ସିଂହ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ପଞ୍ଚାନନ ମଳିକ ସ୍ୱାଗତଭାଷଣ ଓ ଅଧ୍ୟାପକ ଡ଼ ରାଜେନ୍ଦ୍ର ପାତ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ପୁଷ୍ପାଞ୍ଜଳି ପୃଷ୍ଟି ଧନ୍ୟବାଦ ଦେଇଥିଲେ । ସଭା ପୂର୍ବରୁ ବିଧାୟକ ପତାକା ଉତ୍ତୋଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଏଇ ଅବସରରେ କଲେଜ ଛାତ୍ରୀମାନେ ଜାତୀୟ ସଂଗୀତ ଓ ଓଡିଶୀ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ବଡପଡା ଡିଗ୍ରୀ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ  ।


Next Post

ମଦନପୁର ୟୁ କେ ମହାବୀର କଲେଜରେ କ୍ରୀଡା ପ୍ରତିଯୋଗିତା

Thu Dec 21 , 2023
କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଯାୟୀ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଦୌଡ଼ ଲମ୍ବ ଡିଆଁ, ଉଚ ଡିଆଁ,ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । […]

KANIKA