ଓଷ୍ଟା ପକ୍ଷରୁ ସପ୍ତବିଂଶତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୩ ଅନୁଷ୍ଠିତ



ଓଡିଶା ମାଧ୍ୟ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ, ସରକାର ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଦିନିକିଆ ପ୍ରତିଭା ଉନ୍ମେଷ “ଶିଶୁ ଉତ୍ସବ’ କାର୍ଯ୍ୟକ୍ରମକୁ ଓଷ୍ଟାର ଜିଲ୍ଲା ସଭାପତି ପ୍ରମୋଦ ବେହେରାଙ୍କ ସଭାପତିତ୍ୱ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଷ୍ଟା କଟକ ସାଧାରଣ ସମ୍ପାଦକ ରଞନ ଦାଶ ଯୋଗ ଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ଯୋଗ ଦେଇ ଉତ୍ସବକୁ ଶୁଭ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ସମ୍ମାନୀତ ଅତିଥି ଭାବେ କଟକ ନୟା ସଡକ ଓଷ୍ଟା ସଂପାଦକ ନିର୍ମଳ ଜେନା, ପୂର୍ବତନ ଜିଲ୍ଲା ଉପ ସଭାପତି ତ୍ରୈଲକ୍ୟ ମିଶ୍ର, ୧୪ ନଂ କାଉନସିଲର ମୃତ୍ୟୁଞୟ ପାଢୀ ଓ ସମ୍ମାନୀତ ବକ୍ତା ଭାବେ ପ୍ରାକ୍ତନ ଓଷ୍ଟା ଜିଲ୍ଲା ସମ୍ପାଦକ ତପନ ସିଂହ ଓ ଓଷ୍ଟା ରଜ୍ୟ ସମ୍ପାଦକ ପ୍ରଣବ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ଏମଏନ ହାଇସ୍କୁଲ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଭାପତି ବାବାଜୀ ଚରଣ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କେନ୍ଦ୍ରାପଡ ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସକାଳ ୧୦ଟାରେ ଜିଲ୍ଲାର ବିଭିନ୍ନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୭୦ଜଣ ଛାତ୍ରୀଛାତ୍ର ତର୍କ, ସଙ୍ଗୀତ, ଚିତ୍ରାଙ୍କନ, ଆବୃତ, ଗଳ୍ପ-ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣଜ୍ଞାନ ଓ କୁଇଜ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ପ୍ରତିଭା ଦେଖାଇଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ଛାତ୍ରୀଛାତ୍ର ପ୍ରଥମ, ଦ୍ୱୀତିୟ, ଓ ତୃତୀୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ ପାଇଥିବା ୧୦ ଜଣ ଛାତ୍ରୀଛାତ୍ର ରାଜ୍ୟ ସ୍ତରକୁ ବିବେଚିତ ହୋଇଛନ୍ତି ବୋଲି ବିଚାରକ ଜ୍ଞାନରଞନ ପରିଡା, ସୁରଜ ଦାଶ, ଲକ୍ଷ୍ମୀପ୍ରିୟା ବେହୁରା, ଗୀତାଞଳୀ ପଣ୍ଡା ଓ କୃପାସିନ୍ଧୁ ନାୟକ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଓଷ୍ଟା ସଂଘର ଗିରିଜା ଶଙ୍କର ସାମଲ, ଦିଲ୍ଲୀପ ରାଉତ, ଅକ୍ଷୟ ମହାନ୍ତି, ବିରେନ୍ଦ୍ର ସାମଲ, ଅନ୍ତର୍ଯ୍ୟାମୀ ବେଜ, ଶୁଶାନ୍ତ ଦାସ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ,ଶିକ୍ଷା କର୍ମଚାରୀମାନେ ପରିଚାଳନା କରିଥିଲେ । ଶେଷରେ ଓଷ୍ଟା ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରସନ୍ନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପଟେ ଅପରାହ୍ନରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଅଧିବେଶନରେ ସଙ୍ଘର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ରାଜ୍ୟ କୋଷାଧ୍ୟକ୍ଷ ଅଶୋକ ମହାପାତ୍ରା, ମୁଖ୍ୟବକ୍ତା ଭାବେ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, ସମ୍ମାନୀତ ବକ୍ତା ଭାବେ କଳୀପ୍ରସାଦ ନାୟକ,ସମ୍ମାନୀତ ଅତିଥି ଭାବେ ଓଷ୍ଟା ମୁଖପତ୍ର ‘ଶିକ୍ଷା ପ୍ରଦୀପ’ର ପୂର୍ବତନ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ,ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାପାତ୍ର,ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ବିଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ପ୍ରତିଭା ଓ ଦକ୍ଷତାର ପ୍ରଶଂସା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading