
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠ ୧୯୮୪ ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ଆବାହକ ବିଚିତ୍ର କୁମାର ସିଂହଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ମହେଶ୍ୱର ଦାସ,ଆଦର୍ଶ ଶିକ୍ଷକ ସଚ୍ଚିନନ୍ଦନ ଦାସ, ବରିଷ୍ଠ ଶିକ୍ଷକ ପଞ୍ଚାନନ ଧଳ, ପ୍ରଧାନଶିକ୍ଷକ ହେମନ୍ତ ରାଉତ, ସାମ୍ବାଦିକ ଭାସ୍କର ରାଉତରାୟ ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫୁଲ୍ଲ ଶତପଥୀ,ସ୍କୁଲ ପରିଚାଳନା କମିଟି ସଭାପତି ନିରଞ୍ଜନ ଶତପଥୀ,ଶିକ୍ଷା ବିତ ରାଜକିଶୋର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଧ୍ୟାପକ ଦିଲ୍ଲୀପ ମହାପାତ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ପୂଜ୍ୟ ଗୁରୁ ମାନଙ୍କୁ ଉପଢୌକନ ମାନପତ୍ର, ପୁଷ୍ପ ଗୁଚ୍ଛ ଓ ପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତି ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଉତ୍ସବରେ ଦିବଂଗତ ପ୍ରଧାନଶିକ୍ଷକ ଦୟାନିଧି ନାୟକ,ପଣ୍ଡିତ ବଂଶୀଧର ଆଚାର୍ଯ୍ୟ,ପର୍ଶୁରାମ ଦାସ, ପ୍ରଫୁଲ୍ଲ ସାହୁ ଓ ଗଙ୍ଗାଧର ସ୍ୱାଇଁଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବନ୍ଧୁମିଳନ ଉତ୍ସବରେ ୧୯୮୪ ମ୍ୟାଟ୍ରିକ ବ୍ୟାଚର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।











