ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁଆରୀମାସ ପହିଲାରେ ପାଳନ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରତିବର୍ଷ ଭଳୀ ଚଳିତବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରେ କିପରି ବିଶ୍ୱ ପ୍ରାର୍ଥନା ଦିବସ ପାଳନ ହୋଇପାରିବ ସେ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ବୈଠକରେ କେନ୍ଦରାବାଦକ କ୍ଷୀରୋଦ ନାଥ, ପାଲା ଗାୟକ ଗଗନବିହାରୀ ସିଂହ, ଗବେଷକ ନିରଞ୍ଜନ ମେକାପ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ବୀରେନ କୁମାର ଦାସ, ଶ୍ରୀଧର କୁମାର ରାଉତ, ମନୋରଞ୍ଜନ ତ୍ରିପାଠୀ, ଭୋଳାନାଥ ବେହେରା, ପାର୍ବତୀ ନାୟକ, ଗାୟକ ପ୍ରଫୁଲ୍ଲ କୁମାର ଦାସ, ଶ୍ରୀଧର କୁମାର ମହାନ୍ତି, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ବଳଦେବସେନାର ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର ବାରିକ, ଦେବେନ୍ଦ୍ର ନାଥ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading